ନବୀନଙ୍କ ପ୍ରସ୍ତାବରେ ଦେଶ ଖୁସି, ଏଣିକି ଖୋଲା ବଜାରରେ ମିଳିବ ଟିକା
ଭୁବନେଶ୍ୱର: ପୁଣି ରାଷ୍ଟ୍ରନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ସାରା ଦେଶ ପାଇଁ ପଥ ମାର୍ଗଦର୍ଶକ ସାଜିଲେ ନବୀନ । କୋଭିଡ ସମୟରେ ସାଧାରଣ ଲୋକଙ୍କ ଜୀବନକୁ କିପରି ଗୁରୁତ୍ବ ଦିଆଯିବ ସେନେଇ ନବୀନ ସାଜିଛନ୍ତି ଉଦାହରଣ । ଟିକାକରଣ କାର୍ଯ୍ୟକୁ କିପରି ବିକେନ୍ଦ୍ରୀକରଣ କରାଯିବ । ଟିକା ପ୍ରସ୍ତୁତକାରୀ ୫୦% ଟିକା ରଖନ୍ତୁ ଏବଂ ବଳକା ୫୦% ରାଜ୍ୟ ଓ ଖୋଲା ବଜାରରେ ମିଳୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ତଳେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିବାବେଳେ ଆଜି ଏହି ପ୍ରସ୍ତାବରେ ମୋହର ମାରିଛନ୍ତି କେନ୍ଦ୍ର ସରକାର ।
ସେପଟେ ଖୋଲା ବଜାରରେ ଟିକାର ମୂଲ୍ୟ ନିଷ୍ପତ୍ତି ନେବେ ଉତ୍ପାଦନକାରୀ । ସିଧାସଳଖ ଉତ୍ପାଦନକାରୀଙ୍କ ଠାରୁ ରାଜ୍ୟ ସରକାର କିଣିବେ ଟିକା । ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ସିଧାସଳଖ ଟିକା କିଣିପାରିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ଏହି ନିଷ୍ପତ୍ତିରେ ଉପକୃତ ହେବେ ଦେଶବାସୀ । ନବୀନଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରୁଛି ସାରା ଦେଶ। ଯାହାକୁ ନେଇ ଟ୍ବିଟରେ ଟ୍ରେଣ୍ଡ କରୁଛି
ମାନବ ସେବା ଓ ଦେଶବାସୀଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା ମୂଳମନ୍ତ୍ର ବୋଲି କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଟିକା ନେଇ କେନ୍ଦ୍ରକୁ ୪ଟି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ବଜାରରେ ଟିକା ମିଳିବା ନେଇ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଅଧିକ ପ୍ରଭାବିତ ସହରରେ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ପ୍ରସ୍ତାବ ଦେବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକା ଯୋଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ ନବୀନ । ଯେଉଁ ପ୍ରସ୍ତାବ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।