ଇଞ୍ଜିନିଅରଙ୍କୁ ବୁଦ୍ଧି ଶିଖାଇଲେ ୱାର୍ଡ଼ମେମ୍ବର , ଅନାସ୍ଥାରେ ହାରିଲେ ସୌମ୍ୟ

0

ନୟାଗଡ଼ : ଶେଷରେ ପଂଚାୟତ ବାସୀଙ୍କର ଜୟ ହେଲା । ନୟାଗଡ଼ ଜିଲ୍ଲା ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନ ଆଜି ଅନାସ୍ଥା ପ୍ରସ୍ତାବରେ ହାରିଛନ୍ତି । ପଂଚାୟତ ରେ ମୋଟ ୧୫ ଟି ୱାର୍ଡ଼ ଥିବାବେଳେ ଅନାସ୍ଥା ରେ ୧୫ ଜଣ ୱାର୍ଡ଼ ସଭ୍ୟ ତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ବରଦି ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ କରାଯାଇଥିଲା । ଆଜି  ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଅନୁସାରେ ବୈଠକ ବସିବା ସହିତ ଭୋଟିଂ ହୋଇଥିଲା। ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଫିସରେ ଏହି ବୈଠକ ଓ ଭୋଟିଂ ହୋଇଥିଲା।

୪ ବର୍ଷ ହେବ ୱାର୍ଡ଼ ସଭ୍ୟଙ୍କୁ ଅତିଷ୍ଠ କରି ରଖିଥିବା ସରପଞ୍ଚଙ୍କୁ ୱାର୍ଡ଼ ସଭ୍ୟମାନେ ଆଜି ବୁଦ୍ଧି ଶିଖାଇଛନ୍ତି  । ସବୁକୁ ଏକା ଏକା ଖାଇ ଚାଲିଥିବା ସରପଞ୍ଚଙ୍କୁ ଅସଲ ମୁଖା ଖୋଲି ସାରିଥିବା ବେଳେ ଶେଷରେ ଆଜି  ପଦରୁ ବିଦା ହୋଇଛନ୍ତି ।  । ଦୀର୍ଘଦିନ ଧରି ସାଧୁତାର ଖୋଳାପା ପିନ୍ଧା ଏହି ସରପଞ୍ଚ ପଞ୍ଚାୟତରେ ରାସନଠାରୁ ଆରମ୍ଭ କରି ଉନ୍ନୟନ ପର୍ଯ୍ୟନ୍ତ ଅନେକ କାମରେ ଅନିୟମିତତା କରିଥିବା ଜଣାଯାଇଛି । ବର୍ଷ ବର୍ଷ ଧରି ପଞ୍ଚାୟତରେ କାମ କରୁଥିବା ପାନୀୟ ଜଳ ଯୋଗାଣ କର୍ମଚାରୀ ଦରମା ପାଇବାରେ ମଧ୍ୟ ସେ ବାଧକ ସାଜିଥିବା ଜଣାଯାଇଛି । ଯାହାର ବହୁ ମୁଲ୍ୟ ଆଜି ତାଙ୍କୁ ଦେବାକୁ ପଡିଛି । ବିଗତ ଦିନରେ ସରପଞ୍ଚ ଙ୍କ କାରଜ୍ୟକଳାପ ରେ  ଗ୍ରାମବାସୀ ଅତିଷ୍ଠ ହୋଇପଡିଥିଲେ ।

Leave A Reply

Your email address will not be published.

three × 4 =