କାଲି ସିଂହାସନ ବିଜେହେବେ ଶ୍ରୀଶ୍ରୀ ଡ଼ଙ୍କନାସନ ଜୀଉ
ଓଡ଼ଗାଁ, କୁରାଳ,୨୦-୪-ଓଡ଼ଗାଁ ବ୍ଲକ କୋମଣ୍ଡ ଅଧିଷ୍ଠିତ ଶ୍ରୀ ଶ୍ରୀ ଡଙ୍କନାସନ ଜୀଉଙ୍କ ନୂତନ ବିଗ୍ରହ ଆଜି ସିଂହାସନକୁ ବିଜେ କରିବେ ।ଦୀର୍ଘ ୬୦୦ବର୍ଷରୁ ଉର୍ଦ୍ଧ୍ବ ହେବ ଡଙ୍କନାସନ ନାମରେ ପରିଚିତ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ବିଗ୍ରହରେ ଫେବୃଆରୀ ୧୧ତାରିଖରେ ନିଆଁଲାଗି ପୋଡିଯାଇଥିଲେ ।ଏହାର ପ୍ରତିକାରପାଇଁ ଗ୍ରାମବାସୀ ପୁରୀ ମୁକ୍ତିମଣ୍ଡପର ପରାମର୍ଶ ନେବାପରେ ପଣ୍ଡିତ ମହାସଭା (ବିଧାନକମିଟିର)ବରିଷ୍ଠ ସଭ୍ୟ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର,ଉଦ୍ୟନାଥ ମହାପାତ୍ର ଓ ନାଗା ବାବାଙ୍କ ଉପସ୍ଥିତି ରେ ଦାରୁ ଚୟନ କରାଯାଇ ମାର୍ଚ୍ଚ ୧ ତାରିଖରେ ଦାରୁ ଛେଦନ କାର୍ଯ୍ୟ ଶେଷ ହୋଇଥିଲା ।ସେବେଠାରୁ ପୁରୀରୁ ଆସିଥିବା ସ୍ୱତନ୍ତ୍ର କାରୀଗରଙ୍କ ଦ୍ୱାରା ନୂତନ ବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ଚାଲିରହିଥିବା ବେଳେ ୧୮-୪ରୁ ଅଙ୍କୁରାରୋପଣ ଓ ସମସ୍ତ ନିତିକାନ୍ତି ସମ୍ପର୍ଣ୍ଣ କରାଯାଇ ଆସନ୍ତା କାଲି ୨୧-୪ରିଖରେ ପ୍ରଭୁ ସିଂହାସନକୁ ବିରାଜମାନ କରିବେ ବୋଲି ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଦଳେଇ ସୂଚନା ଦେଇଛନ୍ତି ।ତେବେ ମହାମାରୀ “କରୋନା”ର ଦ୍ୱିତୀୟ ଲହର ବୃଦ୍ଧି ପାଉଥିବା ଯୋଗୁଁ କେବଳ ଠାକୁରଙ୍କ ନୀତିକାନ୍ତି ସହ ପ୍ରଭୁ ସିଂହାସନକୁ ବିରାଜମାନ କରିବେ ବୋଲି ଜଣାପଡ଼ିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ