ବାତିଲ୍‌ ହେବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ! ନବୀନ ନିବାସ ସାମ୍ନାରେ ଧାରଣା ଦେଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

0

ଭୁବନେଶ୍ଵର: ରାଜ୍ୟରେ କରୋନ ତାର କାୟ ବିସ୍ତାର କରିବାରେ ଲାଗିଲାଣି । ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭାବେ ଏକ ବର୍ଷ ହେଲାଣି ଠପ ହୋଇଗଲଲାଣି । ଏ ଭିତରେ ଆଜି ରାଜରାସ୍ତାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପରୀକ୍ଷାକୁ ନେଇ ଥିବା ଦ୍ଵନ୍ଦ୍ଵର ସମାଧାନ କରିବାକୁ ତଥା ପରୀକ୍ଷା ବାତିଲ କରିବା ଦାବିରେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । କିଛି ଦିନ ପୂର୍ବେ ମେ ମାସରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାକୁ କରୋନାର ବର୍ଦ୍ଧିତ ପରିସ୍ଥିତିକୁ ଦେଖି ପରୀକ୍ଷା ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଜୁନ୍‌ରେ ନିଷ୍ପତି ଶୁଣାଇବାକୁ ସୂଚନା ଦେଇଥିଲେ ।

ତେବେ ଛାତ୍ରଛାତ୍ରୀମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍‌ଙ୍କ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ଧାରଣା ଦେଇଥିଲେ । ଦୁଇ ଦିନ ମଧ୍ୟରେ ଏନେଇ ସୂଚନା ଦେବାକୁ ଗଣଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ ।

Leave A Reply

Your email address will not be published.