ବାତିଲ ହେଲା ଦଶମ ବୋର୍ଡ଼ ପରୀକ୍ଷା
ଭୁବନେଶ୍ବର : ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ହେବନି ଦଶମ ବୋର୍ଡ଼ ପରୀକ୍ଷା । ଆଜି ଏ ନେଇ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ ପାରୀକ୍ଷା ସହିତ ମାଦ୍ରାସ ବୋର୍ଡ଼ ପରୀକ୍ଷା ମଧ୍ୟ ବାତିଲ । ବୋର୍ଡ଼ ର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ମୂଲ୍ୟାୟନ ହେବ। ଯେଉଁ ମାନେ ମୂଲ୍ୟାୟନ ନେଇ ଅସନ୍ତୁଷ୍ଠ ହେବେ ସେମାନେ କରୋନା ଟିକେ କମିଲେ ସେମାନଙ୍କୁ ସୁଯୋଗ ମିଳିବ । ସିବିଏସି ଓ ଆଇସିଏସି ପରେ ବାତିଲ ହେଲା ଦଶମ ବୋର୍ଡ଼ ପରୀକ୍ଷା । ସବୁଆଡୁ ବାତିଲ ପାଇଁ ସ୍ବର ଉଠୁଥିଲା । କରୋନା ମହାମାରୀ ପାଇଁ ପାଠପଢା ସମ୍ପୂର୍ଣ ଠପ ହୋଇଯାଇଛି ।