ଖଣି ଭିତରେ ପଡି ସାଇକେଲ ଚାଳକ ମୃତ୍ୟୁ
ଓଡ଼ଗାଁ, କୁରାଳ -ସାଇକେଲରେ ଯିବାବେଳେ ଅସାବଧାନତା ଯୋଗୁଁ ମଙ୍କଡ଼ା ଖଣି ଭିତରେ ପଡିଯିବା ଯୋଗୁଁ ମୃତ୍ୟୁ ହେବାଭଳି ଅଭାବନୀୟ ଘଟଣା ଘଟିଛି ଓଡ଼ଗାଁ ଥାନା କୋମଣ୍ଡ ଅଞ୍ଚଳର ମାଙ୍କଡ଼ା ଖଣି ନିକଟରେ ।ଆଜି ଦିନ ୧ଟା ବେଳେ କୋମଣ୍ଡର ମଙ୍ଗୁଳୁ ନାୟକ ୫୫ବର୍ଷ ସାଇକେଲ ଯୋଗେ ଖଣି ଦେଇ ଯିବାବେଳେ ଅସାବଧାନତା ଯୋଗୁଁ ସାଇକେଲ ସହ ଖଣି ଭିତରକୁ ଖସିପଡିଥିଲେ ।ସ୍ଥାନୀୟ ଲୋକେ ତାଙ୍କୁ ଉଧାରର କରି ପ୍ରଥମେ ଓଡ଼ଗାଁ ଓ ପରେ ନୟାଗଡ ମେଡିକାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ସୂଚନା ମିଳିଛି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ