ସାଂସଦ ଜୁଏଲ୍‌ ଓରାମ୍‌ ଓ ରାଜସ୍ଵ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର: ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଭିନେତା , କ୍ରିକେଟର ସମସ୍ତେ ଏହି କରୋନା କବଳରେ କବଳିତ । ତେବେ ଓଡିଶାର ସୁନ୍ଦରଗଡ ଜିଲ୍ଲାର ବିଜେପି ନେତା ତଥା ସାଂସଦ ଜୁଏଲ୍‌ ଓରାମ୍‌ ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି , ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପ୍ରୋଟୋକଲ୍ ଅନୁସରଣ କରନ୍ତୁ । ଓ ନିଜର କୋଭିଡ୍‌ ଟେଷ୍ଟ କରାଇ ନିଅନ୍ତୁ । ସେହିପରି ଓଡିଶାର ରାଜସ୍ଵ ମନ୍ତ୍ରୀ ସୁଦାମ୍ ମାରାଣ୍ଡି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଏଲ୍ ଓରାମ୍ ଓ ସୁଦାମ ମାର୍ଣ୍ଡିଙ୍କ କରୋନା ଆକ୍ରାନ୍ତ ହୋଇଥିବା ଶୁଣି ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି ଓ ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.

one × two =