ଆଜି ରାଜ୍ୟରୁ ୬ ହଜାର ୧୧୬ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଆକ୍ରାନ୍ତ

0

ଭୁବନେଶ୍ୱର,୨୫/୦୪: ରାଜ୍ୟରେ ଆଉ ବ୍ରେକ୍‌ ଲାଗୁନି । ଦିନକୁ ଦିନ ସୁଅ ଭଳି ମାଡ଼ିଚାଲିଛି କରୋନା ସଂକ୍ରମଣ । ସବୁଦିନ ସଂକ୍ରମିତ ଚିହ୍ନଟରେ ରେକର୍ଡ ହେଉଛି ।ଗତକାଲିର ରେକର୍ଡ ପୁଣି ଭାଙ୍ଗିଛି କରୋନା । ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୬୧୧୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୫୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୫୭୦ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୦୭ ହଜାର ୪୫୭ ଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲା ପୁଣି ଶୀର୍ଷରେ ରହିଛି । ଜିଲ୍ଲାରୁ ୮୭୫ ଆକ୍ରାନ୍ତ ବାହାରିଛନ୍ତି । ସର୍ବାଧିକ ଦୈନିକ ସଂକ୍ରମଣ ଜିଲ୍ଲା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ । ଏଠାରୁ ୭୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୪୩୦,କଟକରୁ ୩୩୪,ଯାଜପୁରରୁ ୩୨୪ ଜଣ, କଳାହାଣ୍ଡିରୁ ୩୨୧, ନବରଙ୍ଗପୁରରୁ ୩୧୮, ସମ୍ବଲପୁରରୁ ୨୮୦,ବରଗଡ଼ରୁ ୨୬୨,ମୟୂରଭଞ୍ଜରୁ ୧୫୮ ଜଣ, ଝାରସୁଗୁଡ଼ାରୁ ୨୫୪,ବଲାଙ୍ଗୀରରୁ ୧୮୯, ପୁରୀରୁ ୧୮୦ , ଅନୁଗୁଳରୁ ୧୫୧ ଜଣ, ଗଞ୍ଜାମରୁ ୧୩୪ ଜଣ, କେନ୍ଦୁଝରରୁ ୧୧୮,ରାୟଗଡ଼ାରୁ ୧୦୪ ଜଣ, ବାଲେଶ୍ବରରୁ ୧୦୨ ଜଣ,ନୟାଗଡ଼ରୁ ୯୯ ଜଣ, ଭଦ୍ରକରୁ ୮୭ ଜଣ, ଗଜପତିରୁ ୭୮ ଜଣ, ଜଗତସିଂହପୁରରୁ ୭୩ ଜଣ, କୋରାପୁଟରୁ ୭୧ ଜଣ,କେନ୍ଦ୍ରାପଡ଼ାରୁ ୪୬ ଜଣ, ଦେବଗଡ଼ରୁ ୩୯, କନ୍ଧମାଳରୁ ୩୬ ଜଣ, ଜଣ, ବୌଦ୍ଧ ଓ ମାଲକାନଗିରି ଜିଲ୍ଲାରୁ ୩୨ ଜଣ ଲେଖାଏଁ, ଢ଼େଙ୍କାନାଳ ଓ ସୋନପୁର ଜିଲ୍ଲାରୁ ୮ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୦୭ ହଜାର ୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୪୫ ହଜାର ୯୪୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୫୯ ହଜାର ୪୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୯୮ ଲକ୍ଷ ୭୮ ହଜାର ୨୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.