ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲେ ମନ୍ତ୍ରୀ ଅରୁଣ

0

ଓଡ଼ଗାଁ : ଗତକାଲି ଅପରାହ୍ନରେ ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ପୋଡାସାହି ଗ୍ରାମର ନୂଆଁସାହିରେ ଅଗ୍ନିକାଣ୍ଡ ଘଟି ୨୧ ପରିବାରର ସବୁ କିଛି ଜଳି ଛାରଖାର ହୋଇଯାଇଥିଲା। ଖବର ପାଇଲା ପରେ ତୁରନ୍ତ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସହାୟତାର ହାତ ବଢାଇଛନ୍ତି । ମନ୍ତ୍ରୀ ଡ଼ଃ ସାହୁ ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ବାର୍ତ୍ତା ମାଧ୍ୟମରେ ସମବେଦନା ଜଣାଇବା ସହ ସମସ୍ତ ପରିବାରର ପୁରୁଷ ମହିଳା ଏବଂ ଛୋଟଛୁଆଙ୍କ ପାଇଁ ପୋଷାକର ବ୍ୟବସ୍ଥା କରାଇଥିଲେ ।ଆଗାମୀ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟର ବ୍ୟବସ୍ଥା ସମସ୍ତ ବିପନ୍ନଙ୍କ ପାଇଁ କରିଥିଲେ ।ପ୍ରଶାସନ ତରଫରୁ ତହସିଲଦାର ବିଜୟିତା ସାମନ୍ତସିଂହାର ବିଡ଼ିଓ ସ୍ବାତୀଲେଖା ଦାସ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ପହଞ୍ଚି ପ୍ରଥମେ ଶୁଖୁଲା ଖାଦ୍ୟର ବ୍ୟବସ୍ଥା କରିଥିବା ବେଳେ ସମସ୍ତ ବିପନ୍ନଙ୍କ ପରିବାରକୁ ଜରିପାଲ ଆଦି ପ୍ରଦାନ କରିଥିଲେ ।ବିପନ୍ନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

one × 1 =