ନବବଧୁର ସନ୍ଦେହଜନକ ମୃତ୍ୟୁ ପରିବାର ଆଣିଲେ ହତ୍ୟା ଅଭିଯୋଗ

0

ଓଡ଼ଗାଁ, କୁରାଳ : ଗତ କାଲି ଜଣେ ନବବଧୁର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।ଏଭଳି ଅଭାବନୀୟ ଘଟଣା ଘଟିଛି ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ ବାଘୁଆ ଛକରେ ।ସୂଚନା ଅନୁଯାଇ ବାବୁଲା ପ୍ରଧାନ ନାମକ ଯୁବକ ଆଜକୁ ୧୦ମାସ ତଳେ ଗଞ୍ଜାମ ଜିଲ୍ଲା ଗାୟଗଣ୍ଡାର ପୂଜା ଗୌଡ଼ଙ୍କୁ ବିବାହ କରିଥିଲେ । ତେବେ ଗତକାଲି ଅପରାହ୍ନ ୩ଟା ସମୟରେ ନିଜଘରେ ପୂଜା ଆତ୍ମହତ୍ୟା କରିଥିବା ଖବର ମିଳିବା ପରଠାରୁ ପୂଜାର ସ୍ୱାମୀ,ଶାଶୁ ଓ ଶ୍ୱଶୁର କେଉଁଆଡ଼େ ଚାଲିଯାଇଥିବା ବେଳେ ଓଡ଼ଗାଁ ପୋଲିସ କାଲିଠାରୁ ଶବକୁ ଜଗି ରହିଥିବା ସୂଚନା ମିଳିଛି । ଆଜି ଘଟଣା ସ୍ଥଳରେ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର,ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଖବର ମିଳିଛି ।ତେବେ ମୃତ ପୂଜାର ପରିବାର ଏହାକୁ ହତ୍ୟାବୋଲି ଲିଖିତ ଅଭିଯୋଗ କରିବା ପରେ ଶବ ବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହାର ସତ୍ୟତା ଜଣାପଡିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।ରିପୋର୍ଟ-ଓଡ଼ଗାଁ,କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

three + twelve =