୧୪ଦିନ ପାଇଁ ରାଜ୍ୟରେ ଲକ ଡାଉନ

0

ଭୁବନେଶ୍ବର : ଲାଗିଲା ୧୪ଦିନ ପାଇଁ ରାଜ୍ୟରେ ଲକ ଡାଉନ ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ ।

ସୋମବାରରୁ ଶୁକ୍ରବର ହାଟ ଏବଂ ଗ୍ରୋସରି ଦୋକାନ ସକାଳୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଲୋକ ଚାଲିକରି ଯାଇ ପନି ପରିବା ଆଣି ପାରିବେ ।

ନିର୍ବାଚନ ପାଇଁ କାର୍ଯ୍ୟରତ ବ୍ୟକ୍ତିଙ୍କ ଚଳାଚଳ ଉପରେ ପ୍ରତିବନ୍ଧକ ରହିବ ନାହିଁ ।

ଏହି ସମୟରେ ଭ୍ୟାକସିନେସନ୍ ବା ଟିକା କରଣ କାର୍ଯ୍ୟ ଜାରି ରହିବ । ଟିକା ନେଉଥିବା ବ୍ୟକ୍ତି ନିଜ ଗାଡିରେ ଟିକା କରଣ କେନ୍ଦ୍ରକୁ ଯାଇପାରିବେ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଜିଲ୍ଲାପାଳ କିମ୍ବା ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା କରିପାରିବେ ।

କୋଭିଡ୍‌ ଟେଷ୍ଟିଂ ପାଇଁ ଲୋକ ଯାତାୟତ କରିପାରିବେ । ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଟେଷ୍ଟି କରିପାରିବେ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଜିଲ୍ଲାପାଳ କିମ୍ବା ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା କରିପାରିବେ ।

ଛତିଶଗଡ , ପଶ୍ଚିମବଙ୍ଗ ତଥା ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ ନେଗେଟିଭ୍‌ ବାଧ୍ୟତାମୂଳକ ।

ଏହି ସମୟରେ ବସ୍‌ଚଳାଚଳ ଉପରେ ପ୍ରତିବନ୍ଧକ ନାହିଁ ।
ଯାତ୍ରା ଏବଂ ଅନ୍ୟ ଓପନ୍‌ ଏୟାର କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।

ପ୍ରଦର୍ଶନୀ ଉପରେ କଟକଣା । ମେଳା ଅନୁଷ୍ଠାନ ଉପରେ କଟକଣା କରାଯାଇଛି ।

ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ତାଲିମ କାର୍ଯ୍ୟ ବନ୍ଦ ରହିବ ।

କେବଳ ସରକାର ଅନୁମତି ଦେଇଥିବା ପରୀକ୍ଷା ଅନୁଷ୍ଠାନ କରାଯିବ ।

Leave A Reply

Your email address will not be published.

twenty − seven =