ଶିକ୍ଷକ ଶିକ୍ଷିକାଙ୍କ ଦୀପଦାନ

0

ଓଡ଼ଗାଁ/କୁରାଳ -କରୋନା କବଳରୁ ବିଶ୍ଵବାସୀ ରକ୍ଷା ପାଇବା ପାଇଁ ଏବଂ ଓଡ଼ଗାଁ ବ୍ଳକ୍ ର କିଛି ଶିକ୍ଷକ କରୋନା କବଳରେ ପଡ଼ିଥିବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ ଲାଭ ନିମିତ୍ତ ଆଜି ଓଡ଼ଗାଁ ବ୍ଳକ୍ ର ବିଭିନ୍ନ ସଂଘର କର୍ମକର୍ତ୍ତା ତଥା ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଶ୍ରୀ ଭକ୍ତ ରଞ୍ଜନ ମିଶ୍ର, ସମନ୍ୱୟ ସଂଘ ର ଆବାହକ ମନୋଜ କୁମାର ନାୟକ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ନରେଶ ପାଣିଗ୍ରାହୀ,ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ସଚ୍ଚିଦାନନ୍ଦ ଦାସ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ ଶିକ୍ଷକ ମୋହନ ସାହୁ,ରବୀନ୍ଦ୍ର କୁମାର ଘଡେଇ, ନାରାୟଣ ଡାକୁଆ,ସୁରେନ୍ଦ୍ର ନାଥ ଷଡଙ୍ଗୀ, ଗୋପାଳ ମାଝୀ, ରାଜ ସିଁ ବେହେରା,ବସନ୍ତ କୁମାର ବିଷୋୟୀ, ମହାଦେବ ମାଝି, ପବିତ୍ର ମୋହନ ସାହୁ,କିଶୋର କୁମାର ଦୋରା, ଚିତ୍ତରଞ୍ଜନ ମିଶ୍ର,ଜୟକୃଷ୍ଣ ପ୍ରଧାନ, ଲଳିତ ମୋହନ ମିଶ୍ର,ଦୀନବନ୍ଧୁ ସାହୁ ପ୍ରମୁଖ ଶିକ୍ଷକ ମାନେ ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଏବଂ ଶରଣକୁଳ ଲଡ଼ୁବାବା ଙ୍କ ନିକଟରେ ଦୀପଦାନ କରିଥିଲେ। ପୂର୍ବ ସୂଚନା ଅନୁସାରେ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସକାଳ ଠିକ୍ ୮ଘଟିକା ସମୟରେ ନିଜ ନିଜ ଘରେ ଠାକୁରଙ୍କ ନିକଟରେ ସମାଜର ମଙ୍ଗଳ ନିମନ୍ତେ ଦୀପ ପ୍ରଜ୍ବଳନ କରିଥିଲେ।

କୁରାଳ ଲକ୍ଷ୍ମୀ ପ୍ରିୟା ସାହୁ

Leave A Reply

Your email address will not be published.

4 × 5 =