ଖଣ୍ଡପଡା ଏସ୍ ଡ଼ିପିଓ ଭାବେ ଯୋଗ ଦେବେ ପ୍ରଭାତ କୁମାର ମଲ୍ଲିକ
ନୟାଗଡ଼ : ସେବା ହିଁ ପରମ ଧର୍ମ , ଦୁଃଖ ଦରଦୀ ର ବନ୍ଧୁ ସିଏ , ଯିଏ ନିର୍ବାଚନ ସମୟରେ ୨୦ ଦିନ ପର୍ଯ୍ୟନ୍ତ ରାତିରେ ଶୁଅନ୍ତିନି ନିଜେ କିପରି ଶାନ୍ତିର ସହ ସମାପନ କରିବେ , ରଥଯାତ୍ରା ସମୟରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ତାର ଦାୟିତ୍ୱ ନିର୍ବାହ କରିବା , ମାଲକାନଗିରି ରେ ନକ୍ସଲ ମାନଙ୍କ ସହ ଲଢେ଼ଇ କରିବା ହେଉ ଅବା କଟକ ଧବଳେଶ୍ବର ରେ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ସରିବା ପାଇଁ ରାତି ଦିନ ଏକ କରନ୍ତି। ଏପରିକି କୋଭିଡ ମହାମାରୀ ର ପ୍ରଥମ ତରଙ୍ଗ ରେ ଜିଲ୍ଲାର ପ୍ରଥମ କୋଭିଡ ଯୋଦ୍ଧା ଭାବେ ଆକ୍ରାନ୍ତ ହୋଇ ସୁସ୍ଥ ହେବା କ୍ଷଣି ପୁଣି କାର୍ଯ୍ୟରେ ଯୋଗ ଦେଇ ଅନ୍ୟକୁ ଅନୁପ୍ରାଣିତ କରିବା ଏବଂ ଅନ୍ୟମାନଙ୍କୁ ସାହସ ଦିଅନ୍ତି ସେ ହେଉଛନ୍ତି କଟକ ଜିଲ୍ଲା ବଡମ୍ବା ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ।
ଖଣ୍ଡପଡାରେ କାର୍ଯ୍ୟରତ ଏସ୍ ଡ଼ିପିଓ ଙ୍କ ବଦଳି ପରେ ନୂତନ ଭାବେ ଯୋଗ ଦେବାକୁ ଯାଉଛନ୍ତି ଏସ୍ ଡ଼ିପିଓ ଭାବେ ପ୍ରଭାତ କୁମାର ମଲ୍ଲିକ। ଶ୍ରୀ ମଲ୍ଲିକ ଏଥି ପୂର୍ବରୁ ମାଲକାନଗିରିରୁ ବଡମ୍ବା ଭିତରେ ନିଜର ୨୦ ବର୍ଷ ଅଭିଜ୍ଞତା ଭିତରେ ଅନେକ ଜାଗାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଶ୍ରୀ ମଲ୍ଲିକ।
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଶୋରଡିହ ଗାଁ ରେ ଜନ୍ମଗ୍ରହଣ କରିଛନ୍ତି ପ୍ରଭାତ କୁମାର ମଲ୍ଲିକ । ଯାଜପୁର ଜିଲ୍ଲାରେ ବିଦ୍ୟାଳୟ ପାଠ୍ୟକ୍ରମ ସାରି ଆସନ୍ତି ବିଜେବି କଲେଜ ତାପରେ କଟକ ରେଭେନ୍ସା । ରେଭେନ୍ସାରେ ବିଜ୍ଞାନ ବିଭାଗରେ ପିଜି କରୁଥିବା ସମୟରେ ଯୋଗ ଦିଅନ୍ତି ପୋଲିସ ପ୍ରଶାସନିକ ବ୍ୟବସ୍ଥାରେ । ଯୁକ୍ତ ଦୁଇ ପଢିବା ସମୟରେ ଭାଇଙ୍କ ନାଲି ବତୀ ଗାଡି ଦେଖି ଇଛା ହୋଇଥିଲା । ନିଜର ପରିଶ୍ରମ ଓ ନିଷ୍ଠା ବଳରେ ଶେଷରେ ଯୋଗ ଦେଲେ ଦେଖିଥିବା ସେଦିନର ସ୍ବପ୍ନକୁ।