ବ୍ୟବସାୟୀଙ୍କୁ କଡ଼ା ତାଗିଦ କଲେ ତହସିଲଦାର :ମାକ୍ସ ନାହିଁ ତ ସଉଦା ନାହିଁ

0

ବ୍ୟବସାୟୀଙ୍କୁ କଡ଼ା ତାଗିଦ କଲେ ତହସିଲଦାର :ମାକ୍ସ ନାହିଁ ତ ସଉଦା ନାହିଁ
ଓଡ଼ଗାଁ, କୁରାଳ–ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କୁ ଆଜି ତାଗିଦ କରିଛନ୍ତି ତହସିଲଦାର ବିଜୟିତା ସାମନ୍ତସିଂହାର ।ଏନେଇ ତହସିଲ କାର୍ଯ୍ୟାଳୟଠାରେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ସକାଳ ୮ସୁଦ୍ଧା ସମସ୍ତ ହୋଲସେଲର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ଓ ଖୁଚୁରା ବ୍ୟବସାୟୀମାନେ ଦିନ୧୨ଟା ସୁଦ୍ଧା ଦୋକାନ ବନ୍ଦକରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି ।ଏଥିସହିତ ନିଜନିଜ ଦୋକାନ ସମ୍ମୁଖରେ ବାଉଁଶତିଆରି ବ୍ୟାରିକେଡ ସମେତ ମାସ୍କ ଏବଂ ସାମାଜିକଦୂରତା ଉପରେ ଗୁରୁତ୍ୱ ଦେଇଥିଲେ ।ଉପରୋକ୍ତ ସମସ୍ତ ନିୟମରେ ବ୍ୟତିକ୍ରମହେଲେ ଅମାନିଆଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।ଆଜିର କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀଅଧିକାରୀ ସ୍ୱାତିମିଶ୍ର,ସମସ୍ତ ବ୍ୟବସାୟିକ ଯଥା ମୋଟର ଗ୍ୟାରେଜ, ମେଡିସିନ ଷ୍ଟୋର, ଖୁଚୁରାଦୋକାନୀଙ୍କ ସମେତ ସମସ୍ତ ଗଣମାଧ୍ୟମପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ରିପୋର୍ଟ-ଓଡ଼ଗାଁ-କୁରାଳରୁ-ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

15 − 15 =