OSIC ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା

0

OSIC ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର:ସମଗ୍ର ବିଶ୍ୱ “ କରୋନା” ବା କୋଭିଡ୍‌- ୧୯ ଭୂତାଣୁ ଦ୍ୱିତୀୟ ଲହର ବିରୁଦ୍ଧରେ ଯୁଦ୍ଧ କରୁଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ମୁକାବିଲାକୁ ଶାଣିତ କରାଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ସମୟୋଚିତ ଦୃଢ଼ ପଦକ୍ଷପ ଓ ଓଡିଶାବାସୀଙ୍କ ସକ୍ରିୟ ସହଯୋଗ ଯୋଗୁଁ କରୋନା ଜନିତ ସଂକ୍ରମଣକୁ ଓଡିଶା ଆଜି ସୁଦ୍ଧା ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ (OSIC) ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି “କୋଭିଡ୍–୧୯” କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରି ସରକାରଙ୍କୁ ସହଯୋଗର ହାତ ବଢ଼େଇଛନ୍ତି ।ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ଏହି ରାଶିର ଚେକ୍‌ ପ୍ରଦାନ କରିଛନ୍ତି ।

ଏହି ଅବସରରେ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ କୋଭିଡ୍ ପରିଚାଳନା ଯୋଗୁଁ ଓଡ଼ିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଏହି ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ କରୋନା ରୁ ସୁରକ୍ଷିତ ରଖିବାକୁ ଶ୍ରୀ ଚିନ୍ମୟ ସାହୁ ବିନମ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

12 − three =