ଅମାନିଆ ମୋବାଇଲ ଦୋକାନକୁ ସିଲକଲା ପ୍ରଶାସନ

0


ଓଡ଼ଗାଁ, କୁରାଳ, କରୋନାର ଦ୍ୱିତୀୟ ଲହର ପ୍ରଭାବରେ ସାରା ଦେଶ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ତରଫରୁ ମଧ୍ୟ ଅନେକ ସଚେତନା ମୂଳକ ପଦକ୍ଷେପ ନିଆଯାଉଛି ।ଆଜି ଓଡ଼ଗାଁ ଏନଏସିର ବ୍ଲକ ଛକ ଓଁ ମୋବାଇଲ ଦୋକାନକୁ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ପ୍ରଶାସନ ତରଫରୁ ସିଲ କରାଯାଇଛି। ପୂର୍ବରୁ ଏମିତି ଉଲଂଘନ ପାଇଁ ତାଙ୍କଠାରୁ ଫାଇନ ଆଦାୟ କାରାଯାଇଥିଲେ ମଧ୍ୟ ପୁଣି ବେଖାତିର କରିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ତହସିଲଦାର କହିଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ,ଓଡ଼ଗାଁ ଆଦର୍ଶ ଥାନା ସବ-ଇନିସ୍ପେକ୍ଟର ସଞ୍ଜୟ କୁମାର ପରିଡା ଓ ଏନଏସିର କିଛି କର୍ମଚାରୀ ସହଯୋଗ କରିଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ –ଲକ୍ଷ୍ମୀପ୍ରିୟା ସାହୁ ।

Leave A Reply

Your email address will not be published.

8 − four =