ଅବକାରୀ ବିଭାଗ ଦ୍ୱାରା ଦୁଇଭାଇ ଗିରଫ, ଦେଶୀମଦ ଜବତ
ଓଡ଼ଗାଁ, କୁରାଳ–ଆଜି ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତର ଧୋବା ସାହିରେ ନୟାଗଡ଼ ଅବକାରୀ ବିଭାଗ ତରଫରୁ ଚଢଉ କରି ଦୁଇଭାଇ ରମେଶ ସେଠୀ ( ୪୫) ଓ ଭାଗିରଥି ସେଠୀ(୩୦)ଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଦୁଇ ବେରୀୟଲ ଦେଶୀମଦ ଜବତ କରାଯାଇଥିବା ଜଣାପଡିଛି ।ଆଜିର ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଏମ ବେହେରା ଓ ଷ୍ଟାପ ସହଯୋଗ କରିଥିବା ସୂଚନା ମିଳିଛି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ-ଲକ୍ଷ୍ମୀପ୍ରିୟା ସାହୁ