ଇଣ୍ଡିକା ଧକ୍କାରେ ବାଇକ ଚାଳକ ଗୁରୁତର

0


ଓଡ଼ଗାଁ, କୁରାଳ–ଆଜି ଦିନ ୧୧ଟାରେ କୁରାଳ ପାଇକରାୟ ସାହିର ଜ୍ୟୋତି ରଞ୍ଜନ ପ୍ରଧାନ ନିଜ ବାଇକ ଟିଭିଏସ ଆପାଚି ନଂ-OD-25J-7447ରେ ଓଡ଼ଗାଁରୁ କୁରାଳ ଫେରୁଥିବା ବେଳେ ଗୋଡିପଲ୍ଲୀ ଛକର ବାଙ୍କରାସ୍ତା ଠାରେ କୁରାଳପଟରୁ ଆସୁଥିବା ଏକ ଇଣ୍ଡିକା କାର ନଂ-OR-05AT-9315 ବାଇକକୁ ଧକ୍କାଦେଇ ଦ୍ରୁତଗତିରେ ଚାଲି ଯାଇଥିଲା ।ବାଇକ ଚାଳକ ତଳେପଡି ଡାହାଣ ହାତ ଭାଙ୍ଗିଯିବା ସହ ଗୋଡ଼ ବାମହାତ ଓ ମୁଣ୍ଡରେ ପ୍ରଚୁର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଜ୍ୟୋତିଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଓଡ଼ଗାଁ ମେଡିକାଲ କୁ ନିଆଯାଇଥିଲା ।

ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ବାଇକକୁ ଜବତ କରିବା ସହିତ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାପଡିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ–ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

4 + 18 =