କାଳ ବୈଶାଖୀ ପ୍ରଭାବ,ଭାଙ୍ଗିଗଲା ଢ଼ାବା ହୋଟେଲ
ଓଡ଼ଗାଁ, କୁରାଳ-୩୧-୫-/ଆଜି ଅପରାହ୍ନରେ ହୋଇଥିବା କାଳ ବୈଶାଖୀର ପ୍ରଭାବରେ ଓଡ଼ଗାଁ ଥାନା କୋମଣ୍ଡ -ରୋହିବାଙ୍କ ରାସ୍ତାର ଡିପ୍ଲୋମା କଲେଜ ଆଗରେ ଥିବା ମା’ଅନ୍ଧାର ବାଉତୀ ହୋଟେଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି ।ପ୍ରବଳ ବେଗରେ ପବନ ବହିବା ଯୋଗୁଁ ହୋଟେଲ ଉପରେ ପଡିଥିବା ଆଜବେଷ୍ଟ୍ର ଛାତ ଉଡିଯିବା ସହିତ ଅନେକ କ୍ଷତି ଘଟିଥିବା ହୋଟେଲ ମାଲିକ ଦିବାକର ନାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେବେ କାଳବୈଶାଖୀ ପ୍ରଭାବରେ କ୍ଷତି ହୋଇଥିବା ହୋଟେଲ ମାଲିକଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।ସେହିପରି କୁରାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବାଏକ ଚାକୁଣ୍ଡା ଗଛ ଭାଙ୍ଗି ପାଚେରୀ ଉପରେ ପଡିବା ଯୋଗୁଁ ପାଚେରୀ ଭାଙ୍ଗିଯିବାସହ ଗଛଟି ରାସ୍ତା ଉପରେ ପଡିଥିଲା ଫଳରେ ୧ଘଣ୍ଟାରୁ ଉର୍ଦ୍ଧ୍ବ କୁରାଳ ହନୁମନ୍ତିଆ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ ପହଞ୍ଚି ଲୋକଙ୍କ ଦ୍ୱାରା ଗଛଡ଼ାଳ କାଟିବାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣା ପଡ଼ିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ ।