ଗ୍ରାଉଣ୍ଡ ଜିରୋରେ କୃଷି ମନ୍ତ୍ରୀ ଅରୁଣ ସାହୁ

0

ଭୁବନେଶ୍ୱର: ବାତ୍ୟା ୟାସ ସିନା ଛାଡି ଯାଇଛି ହେଲେ ଯେଉଁ ପରିସ୍ଥିତି ସୃଷ୍ଟି କରିଯାଇଛି ତା’ର କ୍ଷୟକ୍ଷତିକୁ ଭରଣା କରିବା ପାଇଁ ସରକାର ଦିନ ରାତି ଏକ କରିଦେଇଛନ୍ତି । ଆଜି ଏ ପରିପ୍ରେକ୍ଷୀରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା, କୃଷି ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ଼ ଅରୁଣ ସାହୁ ଆଜି ଧାମରା ଓ ବାସୁଦେବ ପୁର ଅଭିମୁଖେ ପରିଦର୍ଶନ କରିଥିଲେ । ବରିଷ୍ଠ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଶ କରି ଯେପରି କୌଣସି କ୍ଷରିଗ୍ରସ୍ତ ଚାଷୀ ତାଙ୍କର କ୍ଷତିପୂରଣ ରୁ ବାଦ ନ ପଡିବେ ସଠିକ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ମନ୍ତ୍ରୀ ଡ଼ଃ ସାହୁ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ସେଠାରେ ରାତ୍ର ୯ ଟା ପର୍ଯ୍ୟନ୍ତ ବିଭିନ୍ନ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର କିପରି ରିପୋର୍ଟ ପ୍ରଦାନ କଲେ କ୍ଷତିପୂରଣ ମିଳିପାରିବ ଆଲୋଚନା କରିଥିଲେ।

Leave A Reply

Your email address will not be published.

four × 1 =