ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତ ରାୟଙ୍କ ପରଲୋକ

0

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତ ରାୟଙ୍କ ପରଲୋକ । ପ୍ରାୟ ଏକ ମାସ ତଳେ ତାଙ୍କୁ କରୋନା ହୋଇଥିଲା । ଏଥିପାଇଁ ସେ ଚିକିତ୍ସାଧୀନ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଭଦ୍ରକ ବାସୁଦେବପୁର ବିଧାନସଭା ଆସନରୁ ୧୯୯୦ ମସିହାରୁ ବିଧାନସଭାକୁ ଅନେକ ଥର ନିର୍ବାଚିତ ହୋଇ ଆସିଛନ୍ତି । ୧୯୯୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୬ ଥର ପାଇଁ ସେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.

nineteen − twelve =