ଆନନ୍ଦାପଲ୍ଲୀ କଣ୍ଟେନମେଣ୍ଟ ଜୋନ
ଓଡ଼ଗାଁ, କୁରାଳ-୫-୬-୨୦୨୧/ଓଡ଼ଗାଁ ତହସିଲ ଅଞ୍ଚଳରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତକାଲି ରାତି ୮ଟାରୁ ଗୋଡିପଲ୍ଲୀ ପଞ୍ଚାୟତର ଆନନ୍ଦାପଲ୍ଲି ଗ୍ରାମକୁ ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ।ଉକ୍ତ ଅଞ୍ଚଳରେ ଯାତାୟତ ସମ୍ପୂର୍ଣ ବନ୍ଦ ରହିବ ବୋଲି ନିର୍ଦ୍ଧେଶ ଥିବାବେଳେ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ଏହି ଅଞ୍ଚଳକୁ ବିଶୋଦ୍ଧନ ସହ ସମସ୍ତଙ୍କ କୋଭିଡ ପରୀକ୍ଷା କରାଯିବ ବୋଲି ଜଣାପଡିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ