ବାଡ଼ିପଟ କବାଟ ଭାଙ୍ଗି ଶିକ୍ଷକଙ୍କ ଘରୁ ଚୋରିକଲେ ଦୁର୍ବୁତ୍ତ

0


ଓଡ଼ଗାଁ, କୁରାଳ-୫-୬-୨୦୨୧-ଗତ ବିଳମ୍ବିତ ରାତିରେ ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ବେଙ୍ଗେଇସାହିର ଶିକ୍ଷକ ଜଗନ୍ନାଥ ମିଶ୍ର (କୁଲୁ)୫୦ବର୍ଷଙ୍କ ବାଡ଼ିପଟ କବାଟ ଭାଙ୍ଗି ଗଡ୍ରେଜରୁ ନଗଦ ୬ହଜାର ଟଙ୍କା ଓ ସୁନାଜିନିଷ ଭାବି କିଛି ଇମିଟେସନ ଚୁଡି ସହିତ ଆସବାପତ୍ର ଚୋରି କରିନେଇଥିବା ବେଳେ ବ୍ୟାଙ୍କଖାତା,ଆବଶ୍ୟକୀୟ କାଗଜପତ୍ର ଓ ATM କାର୍ଡ ଥିବା ବ୍ୟାଗଟିକୁ ବାଡ଼ିପଟେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।ସେହିଭଳି ଶିକ୍ଷକଙ୍କ ଘରଠାରୁ ମାତ୍ର ୧୦୦ମିଟର ଦୁରତାରେ ଥିବା ନିଶାମଣି ପ୍ରାଧାନ(୪୫)ଙ୍କ ବାଡିକବାଟ ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ନିଶାମଣି ଉଠିପଡିବାରୁ ଦୁବୃତ୍ତ ମାନେ ଚାଲିଯାଇଥିବା ସୂଚନା ମିଳିଛି ।ଏସମ୍ପର୍କରେ ଶିକ୍ଷକ ଶ୍ରୀମିଶ୍ର ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିବା ସୂଚନା ମିଳିଛି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ–ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

fifteen − 3 =