ସମର୍ପଣକୁ ସହାୟତାର ହାତ ବଢାଇଲେ ସମାଜସେବୀ, ଦାନ କଲେ ଏକ ଲକ୍ଷ ଟଙ୍କା

0

ନୟାଗଡ଼ : ନୟାଗଡ଼ ସହର ନିକଟ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧା ଶ୍ରମକୁ ଆଜି କିଛି ସମାଜସେବୀ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୂଚନାନୁଯାୟୀ ଆଜି ପୂର୍ବାହ୍ନରେ ନୟାଗଡ଼ର ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ ୪୦ ହଜାର, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର ୩୦ ହଜାର, ନୟାଗଡ଼ ମୁନିସପାଲଟିର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । “ସମର୍ପଣ” ପରିଚାଳନା କମିଟିର ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି ଏବଂ ଶ୍ରୀଧର ସାହୁ ଉପସ୍ଥିତ ରହି ଏହି ସହାୟତା ରାଶିକୁ ଗ୍ରହଣ କରିବା ସହ ଏହି ଅର୍ଥ ବୃଦ୍ଧାଶ୍ରମର ପରିଚାଳନା ଏବଂ ଉନ୍ନତୀ କରଣ କାର୍ଯ୍ୟରେ ବିନିଯୋଗ ହେବ ବୋଲି କହିଛନ୍ତି।

Leave A Reply

Your email address will not be published.

15 − 2 =