ପେଟ୍ରୋଲ ଡିଜେଲ ବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସର ବିକ୍ଷୋଭ

0

ପେଟ୍ରୋଲ ଡିଜେଲ ବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସର ବିକ୍ଷୋଭ
ଓଡ଼ଗାଁ, କୁରାଳ ୧୧-୬-/ସାରା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁଦିନ ବୃଦ୍ଧିପାଉଥିବାରୁ ଆଜି ସକାଳ ୧୦ଟାରେ ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକଙ୍କ ନେର୍ତ୍ତୃତ୍ୱରେ ଓଡ଼ଗାଁ ଏନଏସି ଅନ୍ତର୍ଗତ ରାଧାକୃଷ୍ଣ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାନା ସ୍ଲୋଗାନ ଦେବା ସହିତ କଂଗ୍ରେସ ନେତାମାନେ ଉଭୟ ସରକାରଙ୍କ ମଧୁଚନ୍ଦ୍ରିକାକୁ ନେଇ ପ୍ରବଳ ବର୍ଷିଛନ୍ତି ।ଆଜିର ବିକ୍ଷୋଭ ରେ ପୂର୍ବତନ ବ୍ଲକ କଂଗ୍ରେ ସଭାପତି ବସନ୍ତ କର,ଜିଲ୍ଲା ଛାତ୍ରସଭାପତି ଜ୍ୟୋତି ରଞ୍ଜନ ଦାସ ଓ ସମ୍ପାଦକ ତଥା ଆଇନଜିବୀ ବିଭୁତି ରାଉତଙ୍କ ସମେତ ଅନେକ ପୁରୁଖା କର୍ମୀ ଯୋଗଦେଇଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

two × 3 =