“ପଦ୍ମଶ୍ରୀ” ରାଧାମୋହନଙ୍କ ମହାପ୍ରୟାଣରେ ଶୋକସଭା

0

ଓଡ଼ଗାଁ,କୁରାଳ-୧୨-୬-/:ବରିଷ୍ଠ ପରିବେଶବିତ୍ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ମହାପ୍ରୟାଣରେ ନୟାଗଡ଼ ସ୍ବେଚ୍ଛାସେବୀ ସଂଗଠନ “ସୋହମ”କାର୍ଯ୍ୟାଳୟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ସର୍ବ ପ୍ରଥମେ ମହାନଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ଅନୁଷ୍ଠାନର ଉପ-ସଭାପତି ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଓ ସଂପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଶୋକସଭାରେ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଦର୍ଶନ ଅଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥୀ ଯୋଗଦେଇ ପ୍ରଫେସର ରାଧାମୋହନଙ୍କୁ ଜଣେ ଆଦର୍ଶବାଦୀ ଦରଦୀ ମଣିଷ ବୋଲି ଦର୍ଶାଇ ଥିବାବେଳେ ସଂଗଠନର ଉପସଭାପତି ଶ୍ରୀଯୁକ୍ତ ଅନାଦିଚରଣ ମହାନ୍ତି ପରିବେଶବିତ୍ ସ୍ବର୍ଗତ ରାଧାମୋହନଙ୍କର ଛାତ୍ରଜୀବନରୁ ଆରମ୍ଭକରି ଶେଷପର୍ଯ୍ୟନ୍ତ ଜାରିରଖିଥିବା ସମାଜସେବାର ଚିତ୍ର ଉପସ୍ଥାପନ କରି ତାହାଙ୍କ ଅବର୍ତ୍ତମାନରେ ଗଭୀରଶୋକ ବ୍ୟକ୍ତ କରିଥିଲେ , ସଂଗଠନର ସଂପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ପଦ୍ମଶ୍ରୀ ରାଧାମୋହନ ଜୈବିକ ଉପାୟରେ ସାରପ୍ରୟୋଗକରି କୃଷିକ୍ଷେତ୍ରରେ ଆଣିଥିବା ବୈପ୍ଲଵିକ ପରିଵର୍ତ୍ତନ କଥା ଉଲ୍ଲେଖକରି ତାହାଙ୍କ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାହାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ସମସ୍ତ ସ୍ବେଚ୍ଛାସେବୀଙ୍କୁ ପ୍ରବର୍ତ୍ତାଇଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

sixteen − 12 =