ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର, ୧୮/ ୦୬ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ବିଧାୟକ ଚାନ୍ଦବାଲି ଡ଼ଃ ବ୍ୟୋମକେଶ ରାୟଙ୍କ ତତ୍ତ୍ଵବଧାନରେ ବିଜୁ ଯୁବ ଜନତା ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି ।

ଏହି ସ୍ବେଛାକୃତ ରକ୍ତଦାନ ଶିବିରକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଉଦଘାଟନ କରିଥିଲେ ଏବଂ ବିଜେଡି ସଂଗଠନ ସମ୍ପାଦକ ମାନ୍ୟବର ବିଧାୟକ ଯାଜପୁର ଶ୍ରୀଯୁକ୍ତ ପ୍ରାଣବ ପ୍ରକାଶ ଦାସ , ମାନ୍ୟବର ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ , ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ମାନ୍ୟବର ବିଧାୟକ ଧର୍ମଶଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ବିଜେଡି ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ପତ୍ରୀ, ମାନ୍ୟବର ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ କୁନ ବିହାରୀ ଦାସ , ଯୁଗ୍ମ ସମ୍ପାଦିକା ସୁଶ୍ରୀ ମନ୍ଦାକିନି କର ,ଯୁଗ୍ମ ସମ୍ପାଦକ ଶ୍ରୀ ତନ୍ମମୟ ସ୍ୱାଇଁ , ଯୁବବିଜେଡି ରାଜ୍ୟ ମହାସଚିବ ଏଲିନା ଦାସ , ରାଜ୍ୟ ଉପସଭାପତି ସୁନୀଲ ପଣ୍ଡା , ମାନଭଞ୍ଜନ ବେହେରା , ଜୋନେ ସଭାପତି ଶୁଭ୍ରାଂଶୁ ନାରାୟଣ ମିଶ୍ର , ବିଜୟ କେତନ ସାହୁ , ରାଜ୍ୟ ସମ୍ପାଦିକା ଅପର୍ଣ୍ଣା ଦାସ, ମହେକ୍ଷିତା ମିଶ୍ର , ଶିବାନି ସାହୁ , ରାଜ୍ୟ ଯୁଗ୍ମ ସମ୍ପାଦକ ସୌମ୍ୟସାର୍ଥକ ରାୟ , ଯୁବ ନେତା ପିନାକୀ ଦାସ , ଆଶିଷ ଜେନା , ଅରୁଣ ଜଗଦେବ , ଆକାଶ ମହାନ୍ତି , ସାଗର ପତି,ଆଲୋକ ପ୍ରଧାନ , ପ୍ରକାଶ ଦଳେଇ , ପ୍ରଭଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି , ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଯୁବ ଜନତା ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସ ସମସ୍ତ ରକ୍ତଦାତା ତଥା ସହଯୋଗ କରିଥିବା ସମସ୍ତ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

4 + fifteen =