ୟୁଜି ଓ ପିଜି ପରୀକ୍ଷା ହେବ ଅନଲାଇନରେ : ମନ୍ତ୍ରୀ ଅରୁଣ ସାହୁ

0

ଭୁବନେଶ୍ୱର, : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି ଓ ପିଜି ଶେଷ ବର୍ଷ ଫାଇନାଲ ସେମିଷ୍ଟାର ପଢୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ ଅଗଷ୍ଟ ମାସରେ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏବଂ ଅଗଷ୍ଟ ସେପ୍ଟେମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚୁଆଲ ମାଧ୍ୟମରେ ଆୟୋଜିତ ରାଜ୍ୟ ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ଛାତ୍ରଛାତ୍ରୀମାନଙ୍କର ଯଦି କିଛି ପୂର୍ବ ସେମିଷ୍ଟାର ବର୍ଷ ପରୀକ୍ଷା ବାଜି ଅଛି କିମ୍ବା ତାଙ୍କର ଯଦି ବ୍ୟାକ୍‌ ପେପର ଅଛି, ସେହି ପରୀକ୍ଷା ସବୁ ମଧ୍ୟ ଅନ୍‌ଲାଇନ୍‌ରେ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ହେବ । ପରୀକ୍ଷା ତାରିଖ ସଂପୃକ୍ତ ବିଶ୍ୱବିଦ୍ୟାଳୟ ସ୍ଵୟଂଶାସିତ ମହାବିଦ୍ୟାଳୟ ନିର୍ଦ୍ଧାରଣ କରିବେ । ଛାତ୍ରଛାତ୍ରୀମାନେ ତାଙ୍କ ଘରୁ କିମ୍ବା ଯେକୌଣସି ସୁବିଧାଳନକ ସ୍ଥାନରେ ରହି ଏହି ଅନ୍‌ଲାଇନ୍ ପରୀକ୍ଷା ଦେଇପାରିବେ । ଦରକାର ପଡ଼ିଲେ ସେମାନଙ୍କର ଘର ପାଖରେ ଥିବା ଡ୍ରିଗୀ ମହାବିଦ୍ୟାଳୟକୁ ଯାଇ ଏହି ଅନ୍‌ଲାଇନ୍ ପରୀକ୍ଷା ଦେଇପାରିବେ ।

ଅନ୍‌ଲାଇନ୍ ପରୀକ୍ଷା କେମିତି ହେବ, ସେ ସଂପର୍କରେ ସଂପୃକ୍ତ ବିଶ୍ବବିଦ୍ୟାଳୟ/ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇବେ । ଜୁଲାଇ ମାସ ମଧ୍ୟଭାଗରୁ ଶେଷ ଭାଗ ପର୍ଯ୍ୟନ୍ତ ଇଣ୍ଟରଆକ୍ଟିଭ୍ ଡାଉଟ୍ କ୍ଲିୟରିଂ କ୍ଲାସ୍ ଚାଲିବ । ଉପରୋକ୍ତ ସବୁ ନିଷ୍ପତି ଶେଷ ବର୍ଷ ଫାଇନାଲ୍ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଅନ୍ୟ ସେମିଷ୍ଟାର କିମ୍ବା ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତି ପରବର୍ତ୍ତୀ ସମୟରେ ନିଆଯିବ ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ସମସ୍ତ ରାଜ୍ୟ ବିଶ୍ଵବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.

eighteen − 11 =