ବିଜୁ ଯୁବ ଜନତା ଦଳର ଉଦଯାପିତ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର, 22/ 06 ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ରକ୍ତଦାନ ଶିବିର ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବେଛାକୃତ ରକ୍ତଦାନ ଶିବିରକୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଉଦଘାଟନ କରିଥିଲେ ।
ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟଙ୍କ ତତ୍ତ୍ଵବଧାନରେ ବିଜୁ ଯୁବ ଜନତା ରାଜ୍ୟ ଉପସଭାପତି ସୁନୀଲ ପଣ୍ଡାଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି। ଏହି ଶିବିରରେ 82ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଜେଡି ମାନ୍ୟବର ବିଧାୟକ ଭୁବନେଶ୍ୱର ମାଧ୍ୟମ ଅନନ୍ତନାରାୟନ ଜେନା ,ସାଲେପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା , ମାନ୍ୟବର ବିଜେଡି ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ପତ୍ରୀ, , ବିଜେଡି ସମ୍ପାଦିକା ସୁଶ୍ରୀ ମନ୍ଦାକିନି କର ,ଯୁଗ୍ମ ସମ୍ପାଦକ ଶ୍ରୀ ଜ୍ୟୋତିରଞ୍ଜନ ଜେନା , ଯୁବବିଜେଡି ରାଜ୍ୟ ମହାସଚିବ ଏଲିନା ଦାସ , ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ , ରାଜ୍ୟ ଉପସଭାନେତ୍ରୀ ଜ୍ୟୋଷ୍ଣ ପରିଡା , , ସାଧାରଣ ସମ୍ପାଦକ ମଳୟ ରଞ୍ଜନ ପତି, ଅବିନାଶ ପ୍ରଧାନ,ଆଶିଷ ମିଶ୍ର,ତାରିଣୀ ପ୍ରସାଦ ନାୟକ,ଆଶିଷ ମିଶ୍ର ,ଶୁଭ୍ରଜିତ ପାଢ଼ୀ, ରାଜ୍ୟ ସମ୍ପାଦିକା ଅଦ୍ୟପ୍ରାଣ ସୁବୁଦ୍ଧି,ଅପଟାଵ ଆଲାମ,ରଶ୍ମି ରଞ୍ଜନ ଦାଶ , ଲଗ୍ନଦୀପା ମିଶ୍ର,ରାଜ୍ୟ ଯୁଗ୍ମ ସମ୍ପାଦକ ସୌମ୍ୟସାର୍ଥକ ରାୟ , କଟକ ଯୋନ ସଭାପତି ଶୁଭ୍ରାଂଶୁ ନାରାୟଣ ମିଶ୍ର , ଭୁବନେଶ୍ୱର ଯୋନ ସଭାପତି ବିଜୟ କେତନ ସାହୁ ,ବାଲେଶ୍ବର ଯୋନ ସଭାପତି ନେଫୁ ଦାସ
ଯୁବ ନେତା ସମ୍ବିତ ସେନାପତି, ପ୍ରଦୀପ୍ତ ଦାସ,ସଚିନ ବାରିକ,ନିର୍ମାଲ୍ୟ ପ୍ରସାଦ,ବିବେକାନନ୍ଦ ସେଠୀ, ସୁଭମ ଖଟୁଆ , ଭକ୍ତି ବିନୋଦ ବେହେରା,ପୃଥ୍ୱୀରାଜ ପାତ୍ର,ଆଶିଷ ଜେନା , ପ୍ରମୁଖ ଯୋଗ ଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଭଳି ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଯୁବ ଜନତା ରାଜ୍ୟ ଉପସଭାପତି ସୁନୀଲ ପଣ୍ଡା ସମସ୍ତ ରକ୍ତଦାତା ତଥା ସହଯୋଗ କରିଥିବା ସମସ୍ତ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।