କଥା ଦେଇ କଥା ରଖିଲେ ସରପଞ୍ଚ

0


ଓଡ଼ଗାଁ, କୁରାଳ-୨୫-୬-୨୦୨୧-ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଅଞ୍ଚଳ ବାସୀ ବାରମ୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଆସୁଥିଲେ ।ଗତ କାଲି ନୟାଗଡ଼ ଭଞ୍ଜନଗର ୨୧ନଂ ରାଜ୍ୟରାଜପଥକୁ ୧ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିବାବେଳେ ସ୍ଥାନୀୟ ସରପଞ୍ଚ ମୁରଲୀ ଧର ପ୍ରଧାନ ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।ଆଜି ସକାଳୁ ସକାଳୁ ସେଠାରେ ନୂତନ ନଳକୂପ ଖନନ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ପରିଲକ୍ଷିତ ହୋଇଅଛି ।ସ୍ଥାନୀୟ ଜନସାଧାରଣ ଏହାର ଶ୍ରେୟମାନ୍ୟବର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ,ସ୍ଥାନୀୟ ସରପଞ୍ଚ ମୁରଲୀ ଧର ପ୍ରଧାନ ଓ ସମିତିସଭ୍ୟ ଦିଲେଶ୍ବର ପାତ୍ରଙ୍କୁ ଦେଇଥିବା ଖବର ମିଳିଛି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

16 − 6 =