୮୫ ବର୍ଷୀୟ ବୃଦ୍ଧଙ୍କ ଦ୍ଵାରା କରୋନା ସଚେତନତା

0


ଓଡ଼ଗାଁ, କୁରାଳ -୨୬-୬-/ରାଜ୍ୟରେ କୋଭିଡ ଦ୍ୱିତିୟ ଲହର ଜାରି ରହିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି।ସଂକ୍ରମଣକୁ କିଭଳି ଭାବେ ରୋକାଯାଇପାରିବ ସେନେଇ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।ଏଭଳି ସ୍ଥିତିରେ ଓଡ଼ଗାଁ ବ୍ଲକ ଗୋଡିପଡା ପଞ୍ଚାୟତ ଜାଗ୍ରୀ ଖଇରପଟି ଗାଁ କଲ୍ୟାଣ ସମିତି ଅଙ୍ଗନବାଡି କର୍ମୀ ସାବିତ୍ରୀ ମିଶ୍ର,ଆଶା କର୍ମୀ ଇନ୍ଦୁମତି ସାହୁ ,ସଭାପତି ପବନା ନାୟକ ଓ ସମିତିର ସଭ୍ୟ ସଭ୍ୟାଙ୍କ ସହଯୋଗରେ କରୋନା ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ୮୫ ବର୍ଷୀୟ କରୋନା ଯୋଦ୍ଧା ରାଜ ବେହେରା ଯୋଗଦେଇ ସରକାରଙ୍କ କୋଭିଡ ନିୟମ ମାନି ଚଳିବା ସହିତ ବାରମ୍ବାର ହାତ ଧୋଇବା ଓ ମାକ୍ସ ପିନ୍ଧିବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ବେହେରାଙ୍କ ଏଭଳି ଉଦ୍ୟମକୁ ଗ୍ରାମବାସୀ ଓ ପଞ୍ଚାୟତବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

eighteen + 11 =