ସମ୍ମାନ ରଖିଲେ କୁରାଳ ପୁଅ ଦୀପଙ୍କର

0

ଓଡ଼ଗାଁ, କୁରାଳ – ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୁରାଳ ମାଟିର ସମ୍ମାନ ରଖିଛନ୍ତି କୁରାଳ ବେଙ୍ଗେଇସାହି ଲକ୍ଷ୍ମୀପ୍ରିୟା ଦାସ ଓ ମହେଶ୍ୱର ଦାସଙ୍କ କନିଷ୍ଠ ପୁତ୍ର ଦୀପଙ୍କର ଦାସ ।ଓଡ଼ଗାଁ ସରସ୍ଵତୀ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରି ସର୍ବୋଚ୍ଚ ୫୧୧ ନଂ ରଖି ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଛନ୍ତି । ସଫଳତାର ଶୀର୍ଷରେ ପହଁଚି ଥିବା ଶୁଭଙ୍କର ନିଜର କଠିନ ପରିଶ୍ରମ ସହ ଶିଶୁମନ୍ଦିରର ଗୁରୁଜୀ, ଗୁରୁମା ଓ ନିଜର ପିତା ମାତାଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ପାଇଛନ୍ତି ବୋଲି ଦୀପଙ୍କର ଗଣ ମାଧ୍ୟମକୁ କହିଛନ୍ତି ।ତେବେ ଏହି ସଫଳତା ପାଇଁ ସ୍ଥାନୀୟ ସରପଞ୍ଚ ଝିଲ୍ଲୀ ପ୍ରଧାନ,ସମିତିସଭ୍ୟ ବିଜନ ପାଇକରାୟ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସାହୁ ,କୁରାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ ଦୀପଙ୍କରକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

one + thirteen =