ସାମ୍ବାଦିକଙ୍କୁ ଆକ୍ରମଣ, ଦୋଷୀକୁ ଗିରଫ ଦାବିରେ ଧାରଣା

0

ନୟାଗଡ଼ : ନୟାଗଡ଼ରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବକାରୀ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବିରେ ଟାଉନ ଥାନାରେ ଧାରଣା ପୁଣି ଆଜି ସକାଳୁ ଆରମ୍ଭ ହୋଇ ଯାଇଛି । ସୂଚନାଯୋଗ୍ୟ ଯେ ଗତକାଲି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡ଼କଟାରୁ ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା । ଯାହାଫଳରେ ମଦ ଦୋକାନରେ ଥିବା ସମସ୍ତ ମଦକୁ ଜବତ କରାଯାଇ ନୟାଗଡ଼ରେ ଥିବା କାର୍ଯ୍ୟାଳୟକୁ ଅଣା ଯାଇଥିଲା। ମଦ ଜବତ ସମ୍ପର୍କରେ ଖବର ସଂଗ୍ରହ ପାଇଁ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ସେଠାରେ ଅବକାରୀ ଅଧିକ୍ଷକ ଜବତ ମଦ ମୋବାଇଲ ସ୍ୱାର୍ଡ଼ କାର୍ଯ୍ୟାଳୟରେ ତନଖି ଏବଂ ମୁଲ୍ୟାୟନ କରା ଯାଇଥିବା ସୂଚନା ଦେଉଥିଲେ। ଦୁଇ ସାମ୍ବାଦିକ କାର୍ଯ୍ୟାଳୟର ଠିକଣା ନେଇ ସେଠାରେ ପହଞ୍ଚି ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ସମୟରେ କାର୍ଯ୍ୟରତ ଏସଆଇ ଏବଂ ଅନ୍ୟ ଜଣେ କନେଷ୍ଟବଳ ତରବରିଆ ଭାବେ ମଦ ପେଟି ଭିତରକୁ ଭିଡ଼ି ନେଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। କାର୍ଯ୍ୟାଳୟ ପରିସରରୁ ସାମ୍ବାଦିକ ବୈଦ୍ୟଭୂଷଣଙ୍କୁ ଏସଆଇ ଠେଲି ବାହାର କରି ଦେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ଅବକାରୀ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଛି। ଟାଉନଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରିବା ସହ ଆକ୍ରମଣ କରିଥିବା ଏସଆଇଙ୍କୁ ଗତକାଲି ଆଣିଥିଲେ ମଧ୍ୟ ତାଙ୍କୁ ଗିରଫ କରିନାହିଁ। ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ପ୍ରବଳ ବିରୋଧ କରାଯିବା ସହ ତୁରନ୍ତ ଦୋଷୀଙ୍କୁ ଗିରଫ ପାଇଁ ଦାବି କରାଯାଇଛି।

Leave A Reply

Your email address will not be published.

12 + 2 =