ସ୍ମୁତିରେଖା କୁରାଳ ‘ଟପ୍ପର’
ଓଡ଼ଗାଁ, କୁରାଳ-୨୭-୬-/ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା କୁରାଳ ସୁଣ୍ଡିସାହିର ରାଧାକୃଷ୍ଣ ସାହୁଙ୍କ କନ୍ୟା ସ୍ମୁତିରେଖା ସାହୁ ସର୍ବୋଚ୍ଚ ୪୯୭ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।ସ୍ମୁତିରେଖା କୁରାଳର ଦୁଇଟି ଯାକ ହାଇସ୍କୁଲ ମଧ୍ୟରୁ ସର୍ବାଧିକ ନଂ ରଖି ଉତ୍ତୀର୍ଣ୍ଣ ହେବା ସହିତ କୁରାଳ ଟପ୍ପର ବିବେଚିତ ହୋଇଛନ୍ତି ।ଏହି ସଫଳତା ପାଇଁ କୁରାଳ ସରପଞ୍ଚ ଝିଲ୍ଲୀ ପ୍ରଧାନ,ସମିତିସଭ୍ୟ ବିଜନ ପାଇକରାୟ,କୁରାଳ ବରପୁତ୍ର ପଦ୍ମଚରଣ ପାତ୍ର ଓ ଯୁଧିଷ୍ଠିର ସୁବୁଦ୍ଧି ମେମୋରିଆଲ ଫଣ୍ଡର ମୁଖ୍ୟ ଇଲ୍ଲାସ ସୁବୁଦ୍ଧି,ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିନାଥ ପ୍ରଧାନ, କୁରାଳ କଲେଜ ଅଧ୍ୟକ୍ଷ ଭାବଗ୍ରାହୀ କର ଟ୍ୱିଟକରି ସ୍ମୁତିଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ରାଧାକୃଷ୍ଣ ଥିଏଟର ସଭାପତି ଗୌରଚନ୍ଦ୍ର ସାହୁ ସ୍ମୁତିରେଖାଙ୍କୁ ଆସନ୍ତା ସ୍ବାଧୀନତା ଦିବସରେ ସମ୍ମାନୀତ କରାଯିବା ପାଇଁ ଘୋଷଣା କରିଛନ୍ତି ।ତେବେ ସ୍ମୁତି ଏହି ମାର୍କ ଉପରେ ଖୁସି ନଥିବା ଗଣ ମାଧ୍ୟମକୁ କହିଛନ୍ତି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ