ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

0

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଓଡ଼ଗାଁ,କୁରାଳ-୧-୭-୨୦୨୧୦/ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚା ୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ପ୍ରଧାନ ଓ ହରିଡାବନ୍ଧ ପଞ୍ଚାୟତର ଶିବରାମ ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଗତକାଲି ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।୧ ନଂ ଜିଲ୍ଲା ପରିଷଦ ଲୋକନାଥ ସାହୁ,ବ୍ଲକ ଅଧ୍ୟକ୍ଷା ମମତା ବେହେରା,ବିଡ଼ିଓ ସ୍ୱାତିଲେଖା ଦାସ ,ଏବିଡ଼ିଓ କବିତା ପ୍ରଧାନ , ଯୋଗଦେଇ ସେମାନଙ୍କ ବିଗତ ଦିନର କାର୍ଯ୍ୟଶୈଳୀ କୁ ରୋମନ୍ଥନ କରିବା ସହିତ ପ୍ରଶଂସାପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ସେହିପରି ନୟାଗଡ଼ ବ୍ଲକ ବାଉଁସିଆ ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ମନୋରଞ୍ଜନ ରଥଙ୍କୁ ମଧ୍ୟ ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି ।ବିଡ଼ିଓ ମନୋଜ ପାତ୍ର,ଅଧ୍ୟକ୍ଷା ଗୋଲାପ ଦଳବେହେରା ଉପସ୍ଥିତ ରହି ଶ୍ରୀ ରଥଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ-ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

fourteen − two =