ଡକାୟତି ଯୋଜନା ପଣ୍ଡ ମାଷ୍ଟରମାଇଣ୍ଡ ଫେରାର
ଓଡ଼ଗାଁ, କୁରାଳ-୨-୭-/ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ ଖେଳପଡ଼ିଆ ସାହି କାଜୁ ଜଙ୍ଗଲରେ ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଓଡ଼ଗାଁ ପୋଲିସ କାବୁକରିବା ସହିତ ସେମାନଙ୍କଠାରୁ ଅନେକ ମାରଣାସ୍ତ୍ର,ଏକ ବାଇକ,ମୋବାଇଲ ଫୋନ ଜବତ କରାଯାଇଛି ।ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜାରିଙ୍ଗିର ଶଙ୍କର ସାହୁ ଓ ଆଉକିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଓଡ଼ଗାଁ ଷ୍ଟୁଡିଓ ସାହିର ଲିପୁ ପ୍ରଧାନ(୨୧),ଖେଳପଡ଼ିଆ ସାହିର ମହେନ୍ଦ୍ର ସାହୁ(୨୦) ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ରଞ୍ଜନ ବିଶୋଇ (୨୨)ଅଭିଯୁକ୍ତଙ୍କ ବିରୁଦ୍ଧରେ ୭୦/୨୧ରେ ମାମଲା ରୁଜୁକରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ରିପୋର୍ଟ-ଓଡ଼ଗାଁ, କୁରାଳରୁ–ଲକ୍ଷ୍ମୀପ୍ରିୟା ସାହୁ ।