ବିବାହ ବେଦୀରେ ‘ବରକନ୍ୟା’ଙ୍କୁ ଗଛ ଓ ମାକ୍ସ ଉପହାର

0


ଓଡ଼ଗାଁ, କୁରାଳ-୭-୭-୨୦୨୧/ବିବାହ କାର୍ଯ୍ୟରେ ବରକନ୍ୟାଙ୍କୁ ଅତିଥିମାନେ ଅନେକ ପ୍ରକାରର ଉପହାର ଦେଇଥାନ୍ତି ।ହେଲେ ଆଜି ଏମିତି ଏକ ନିଆରା ଢଙ୍ଗରେ ବରକନ୍ୟାଙ୍କୁ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି କୁରାଳର ପରିବେଶବିତ ସୁକାନ୍ତ ଚୌଧୁରୀ ।ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ବାଘୁଆଛକର ବ୍ୟବସାୟୀ ପ୍ରଭାତ ପାତ୍ରଙ୍କ ବିବାହ କାର୍ଯ୍ୟରେ ପରିବେଶବିତ ସୁକାନ୍ତ ଚୌଧୁରୀ ଯୋଗଦେଇ କରୋନା କବଚ ମାକ୍ସ, ସାନିଟାଇଜର ,୧୦୦୦ ଟଙ୍କାର ଦୁର୍ଘଟଣା ବୀମା ବରକନ୍ୟାଙ୍କୁ ଉପହାର ଦେବା ସହିତ ମହିଶୁର ରାଜା ଓ ମହିଶୁର ରାଣୀ ଫୁଲଗଛ ପ୍ରଦାନ କରିଛନ୍ତି ।ଓଡ଼ଗାଁ ବରିଷ୍ଠ ବୀମା କର୍ମଚାରୀ ପ୍ରଦୀପ କୁମାର ଦାସ ଉକ୍ତ କାର୍ଯ୍ୟରେ ଉପସ୍ଥିତ ଥିବାବେଳେ ବିବାହ ବେଦୀରେ ବର କନ୍ୟାଙ୍କୁ ଏଭଳି ଉପହାରକୁ ଉପସ୍ଥିତ ବନ୍ଧୁବାନ୍ଧବ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।
ରିପୋର୍ଟ -ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ ।

Leave A Reply

Your email address will not be published.

one × five =