ଅଣାୟତ୍ତ ହେଲା ଦରଦାମ, ତାତିଲା କଂଗ୍ରେସ
ଓଡ଼ଗାଁ, କୁରାଳ-୮-୭-୨୦୨୧:ଦେଶରେ ପେଟ୍ରୋଲ,ଡିଜେଲ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅତ୍ୟଧିକ କର ଆଦାୟ ଯୋଗୁଁ ଅହେତୁକ ଦରବୃଦ୍ଧି,ଜାଳେଣି ଗ୍ୟାସସହ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ବିରୁଧରେ ଆଜି ଗୁରୁବାର ଓଡ଼ଗାଁ ବ୍ଲକ କଂଗ୍ରେସ ତରଫରୁ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ବିକ୍ଷୋଭରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ ଯୋଗଦେଇ କେନ୍ଦ୍ରର ମୋଦିସରକାର ଓ ରାଜ୍ୟର ନବୀନ ସରକାର ଦେଶରେ ସକଳ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି ଘଟାଇ ଜନସାଧାରଣଙ୍କୁ ପ୍ରତାରିତ କରିଚାଲିଛନ୍ତି ବୋଲି କହିଥିଲେ ।ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର ,ବସନ୍ତ କର,ପୂର୍ଣ୍ଣ ପାଣିଗ୍ରାହୀ,ଯୋଗେନ୍ଦ୍ର ଗୌଡ଼ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ