ସବୁଜ ବାହିନୀ ଦ୍ୱାରା ବୃକ୍ଷରୋପଣ
ଓଡ଼ଗାଁ, କୁରାଳ,୫/୭/୨୦୨୧ ଆଜି ପବିତ୍ର ଘୋଷଯାତ୍ରା ଅବସରରେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ପରିସରରେ ଏବଂ ବିଦ୍ୟାଳୟ ଖେଳ ପଡିଆ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଓଡଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ,ସମ୍ମାନିତ ଅତିଥି ରୂପେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ,ବନରକ୍ଷୀ ସନ୍ତୋଷ କୁମାର ପରିଡ଼ା,ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଉତ୍କଳମଣି ସେବାସଂଘ ର ସମ୍ପାଦକ ବସନ୍ତ କୁମାର ଆଲଟିଆ ଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଉପସ୍ଥିତ ଥିଲେ।ପ୍ରଥମେ ବୃକ୍ଷ କୁ ଫୁଲ,ଚନ୍ଦନ,ଧୂପ ଦୀପ ଦେଇ ପୂଜା କରାଯାଇଥିଲା।ପରେ ବଉଳ,ପଣସ,ପେସ୍ତାବାଦାମ, କୃଷ୍ଣଚୁଡା,ଶିଶୁ, ଲେମ୍ବୁ ବୃକ୍ଷ ରୋପଣ କରାଯାଇଥିଲା।ବିଦ୍ୟାଳୟ ତରଫରୁ ଏଭଳି କାର୍ଯ୍ୟକ୍ରମ କରିବା ସହିତ ସମସ୍ତେ ବୃକ୍ଷରୋପଣ ସହିତ ତାର ଯତ୍ନ ପାଇଁ ସଚେତନ ଥିବାରୁ ଶ୍ରୀ ସାହୁ ମହୋଦୟ ପୂର୍ବତନ ପ୍ରଧାନ ଶିକ୍ଷକ ବୁଦ୍ଧିଆ ପାତ୍ର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କ୍ଳଷ୍ଟର ରେ ବିଦ୍ୟାଳୟ ସ୍ତରରେ ଏଭଳି କାର୍ଯ୍ୟକ୍ରମ କୁ ସାଧୁବାଦ ଜଣାଇଥିଲେ।ବିଗତ ବର୍ଷ ଲଗାଯାଇଥିବା ଗଛ ର ଯତ୍ନ ନେଇଥିବା ଯୋଗୁଁ ୧୦୦ ଗଛରୁ ୭୩ ଟି ଗଛ ବର୍ତ୍ତମାନ ଜୀବିତ ଥିବାରୁ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ ମହୋଦୟ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି କୁ ଧନ୍ୟବାଦ ଅର୍ପଣ କରିଥିଲେ।ବୃକ୍ଷ ରୋପଣ କୁ ଯେତିକି ଗୁରୁତ୍ୱ ଦେଉଛେ ବୃକ୍ଷ କୁ ବଞ୍ଚାଇବା କୁ ତାଠାରୁ ଅଧିକ ଗୁରୁତ୍ୱ ଦରକାର ବୋଲି ବନରକ୍ଷୀ ସନ୍ତୋଷ କୁମାର ପରିଡା ମତବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁଚିତ୍ରା ପ୍ରଧାନ, ନୀଲମ ପ୍ରିୟଦର୍ଶନୀ,ତ୍ରିଲୋଚନ ମହାଙ୍କୁଡ ଉକ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁଓଡ଼ଗାଁ, କୁରାଳ,୫/୭/୨୦୨୧