ଛାତ୍ର ନେତା ଶ୍ରୀ ରାଜେଶରାଜ ସ୍ବାଇଁ ଙ୍କ ଓଡିଆରେ ଡକ୍ଟରେଟ ଲାଭ

0


ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ତଥା ବର୍ତ୍ତମାନ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେଶରାଜ ସ୍ବାଇଁ ଉତ୍କଳ ବିଶ୍ବବିଦ୍ୟାଳୟରୁ ଓଡିଆରେ Ph.D ଲାଭ କରିଛନ୍ତି। ସେ ଉତ୍କଳ ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ଅବସର ପ୍ରାପ୍ତ ପ୍ରଫେସର ଡ଼ ନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦୀର୍ଘ ଚାରି ବର୍ଷ ହେବ ଗବେଷଣା କରୁଥିଲେ। ତାଙ୍କ ରଚିତ ନିବନ୍ଧ “ଓଡିଆ ଉପନ୍ୟାସର ରୂପ ବୈଚିତ୍ର୍ୟ” ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ପ୍ରଫେସର ଡ଼ ମନୋରଞ୍ଜନ ପ୍ରଧାନ ଓ ରାଞ୍ଚି ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ପ୍ରଫେସର ଡ଼ ପ୍ରସନ୍ନ କୁମାର ପ୍ରଧାନଙ୍କ ଦ୍ବାରା ପରୀକ୍ଷିତ ଏବଂ ଉଚ୍ଚପ୍ରଶଂସିତ ହୋଇଛି। ରାଜେଶ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ଗ୍ରାମର ବିଶିଷ୍ଠ ସମାଜସେବୀ ସ୍ବର୍ଗତ ନାରାୟଣ ସ୍ବାଇଁଙ୍କ ପୌତ୍ର ତଥା ସୁରେଶ ଚନ୍ଦ୍ର ସ୍ୱାଇଁ ଏବଂ ବୈଜୟନ୍ତୀ ସ୍ବାଇଁଙ୍କ ପୁତ୍ର ଅଟନ୍ତି। ସେ ତାଙ୍କ ସଫଳତା ପାଇଁ ପ୍ରଭୁ ଜଗତର ନାଥ ଜଗନ୍ନାଥ, ତତ୍ତ୍ବାବଧାରକ ପ୍ରଫେସର ଡ଼ ନାରାୟଣ ସାହୁ, ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ସନ୍ତୋଷ କୁମାର ତ୍ରିପାଠୀ, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ କୁମାର ସାମଲ, ବଡଭାଇ ପ୍ରାଧ୍ୟାପକ ବୈକୁଣ୍ଠନାଥ ସ୍ବାଇଁ ,ବାନ୍ଧବୀ ଜ୍ୟୋତିରେଖା, ପରିବାରର ସମସ୍ତ ସଦସ୍ୟ,ବନ୍ଧୁବର୍ଗ ଏବଂ ଶୁଭେଚ୍ଛକଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି।

Leave A Reply

Your email address will not be published.

eighteen − five =