ଓଡିଶା ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବାଙ୍କୀ ଗସ୍ତ
କ୍ଷେତ୍ର ପରିଦର୍ଶନ, କୃଷକ ଏବଂ ପାଣିପଂଚାୟତ ସଦସ୍ୟମାନଙ୍କ ସହିତ ଆଲୋଚନା

0

ଭୁବନେଶ୍ବର :ଆଜି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀଙ୍କ ସହିତ କଟକ ଜିଲ୍ଲା ବାଙ୍କୀ ବିଧାନସଭା ମଣ୍ଡଳୀ ଗସ୍ତ କରି କ୍ଷେତ୍ର ପରିଦର୍ଶନ ପୂର୍ବକ କୃଷକ ଏବଂ ପାଣି ପଂଚାୟତ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ବାଙ୍କୀ ବ୍ଲକ ଓ ବାଙ୍କୀ-ଜମପଡା ବ୍ଲକର ବିଭିନ୍ନ ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପରୁ କୃଷକମାନେ କିପରି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ନିଜେ ବିଭିନ୍ନ ପ୍ରକଳ୍ପ ସ୍ଥୁଳ ପରିଦର୍ଶନ କରିବା ସହିତ ଏହି ସବୁ ପ୍ରକଳ୍ପ ଦ୍ବାରା ସେମାନେ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେ ସଂପର୍କରେ ଅନୁଧ୍ୟାନ କରିଥିଲେ । କୃଷକମାନଙ୍କୁ
କୃଷି ପାଇଁ ଜଳ ଯୋଗାଣ ନିମନ୍ତେ ସୁବିଧା କରିବା ପାଇଁ ଯେଉଁ ସବୁ ସମସ୍ୟା ରହୁଛି, ବିଶେଷ କରି
ଅଟଳ ରହିଥିବା ପ୍ରବନ୍ଧର ମରାମତି, ପ୍ରବନ୍ଧଗୁଡିକର ରକ୍ଷଣା ବେକ୍ଷଣରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ଓଏଲଆଇସିଅଧ୍ୟକ୍ଷ ଶ୍ରୀ ପତ୍ରୀ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷିର ବିକାଶ ଓ କୃଷକମାନଙ୍କର କଲ୍ୟାଣକୁ ସର୍ବାଧିକ ଗୁରୁତ୍ବ ଦେଉଥିବାବେଳେ ବାଙ୍କୀଲ
କୃଷକମାନଙ୍କ ପାଇଁ ପାଣି ପଂଚାୟତ କରିଆରେ ତଥା ଉଠା ଜଳସେଚନ ସୁବିଧା ମାଧ୍ୟମରେ ଜଳଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ସଂପର୍କରେ ଶ୍ରୀ ପତ୍ରୀ ଗୁରୁତ୍ବାରୋପ କରିଥିଲେ । ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀ ଓଡିଶା ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କୁ ବାଙ୍କୀ ବିଧାନ ସଭା କ୍ଷେତ୍ରରେ ଯେଉଁ ଯେଉଁ ଅଂଚଳରେ କୃଷି କାର୍ଯ୍ୟ କରାଯାଉଛି ଓ ସମସ୍ୟା ରହିଛି ସେହି ଅଂଚଳକୁ କ୍ଷେତ୍ର ପରିଦର୍ଶନରେ ନେଇଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ।
ପରିଷଦ ଜୋନ-୩୬ର ସଭ୍ୟ ଶ୍ରୀ ମାନସ
କୁମାର ମହାପାତ୍ର, ଜିଲ୍ଲା ପରିଷଦ ଜୋନ୍‌-୩୫ର ସଭ୍ୟ ତ୍ରିଲୋଚନ ଭାରତ, ବାଙ୍କୀ ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ନିର୍ଦ୍ଦେଶକ ଗତିକୃଷ୍ଣ ପାଇଁ, ବାଙ୍କୀର କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବସ ଚନ୍ଦ୍ର ପାଢୀ, କୁସୁପାଙ୍ଗା ଗ୍ରାମ ସଂଚାୟତର ସମିତି ସଭ୍ୟ ଅଜିତ କୁମାର ଜେନା, ସାମାଜସେବୀ(ତେନ୍ତୁଳିଆ) ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ବିକାଶ ମହାରଣା,
ବନ୍ଦାନର ପୂର୍ବତନ ସରଫଳ ସୌମେନ୍ଦ୍ର ସାମଲ, ଗୋପାଳପୁର ପୂର୍ବଚନ ପଂଚାୟତ ସମିତି ସଭ୍ୟ ଦିବାକର ପଟ୍ଟନାୟକ, ଉଠା କଳ ସେବନ କଟକ ସର୍କଲ ଅଧିକ୍ଷଣ ଯନ୍ତ୍ରୀ ମାନସ ରଂଜନ ପଟ୍ଟନାୟକ, କଟକ ଉଠାଜଳ ସେଚନ ଜିଲିଜନ ନିର୍ବାହୀ ଯନ୍ତ୍ରୀ ପବିତ୍ର
ପରିବା, ବାଙ୍କୀ ଆଠଗଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ(ବିଦ୍ୟୁତ), ଉଠା କକ ସେବନ ସେକ୍ଟନ ବାଙ୍କୀ, ବଂଶୀଧର ଦାଶ, ସହକାରୀ ଯନ୍ତ୍ରୀ ସିଜିନ), ଜଠା ବଳ ସେଚନ ସେନ, ସୁବର୍ଡପୁର, ମନୋରଂଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.