ଗାଁ କଲ୍ୟାଣ ସମିତି ତରଫରୁ ସାବୁନ ଓ ମାକ୍ସ ବଣ୍ଟନ
ଓଡ଼ଗାଁ, କୁରାଳ-୨୨-୭-୨୦୨୧ ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି ।ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତର ନରସିଂହ ପ୍ରସାଦ ଗାଁ କଲ୍ୟାଣ ସମିତି ତରଫରୁ ଆଜି ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ସଚେତନତା କରିବା ସହିତ ପ୍ରତ୍ୟେକଙ୍କୁ ସାବୁନ ଓ ମାକ୍ସ ବଣ୍ଟନ କରାଯାଇଛି ।ତାସହିତ କରୋନା ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମସ୍ତେ ସାମାଜିକ ଦୁରତା ରକ୍ଷା କରିବା,ନିୟମିତ ମାକ୍ସ ପିନ୍ଧିବା ସହିତ ବାରମ୍ବାର ହାତ ଧୋଇବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି ।ଏହି କାର୍ଯ୍ୟ ରେ ମହିଳା ସ୍ୱାସ୍ଥ୍ୟକର୍ମୀ ଧରିତ୍ରୀ ପଣ୍ଡା,ପୁରୁଷ ସ୍ୱାସ୍ଥ୍ୟକର୍ମୀ ରଞ୍ଜନ ନାୟକ,ଅଙ୍ଗନବାଡି କର୍ମୀ ବବିତା ଦଣ୍ଡସେନା,ଆଶା କର୍ମୀ ଶାନ୍ତିଲତା ବେହେରା,ଆଶା ସାଥି ମାନସୀ ବେହେରା,ୱାର୍ଡ ମେମ୍ବର ଓ ନୃସିଂହନାଥ ଯୁବକ ସଂଘର ସଭ୍ୟମାନେ ସହଯୋଗ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ମୁରଲୀ ଧର ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ