ସଚେତନତା ସହ ସାବୁନ ଓ ମାକ୍ସ ବାଣ୍ଟିଲେ ସରପଞ୍ଚ
ଓଡ଼ଗାଁ, କୁରାଳ-୨୩-୭-୨୦୨୧: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି ।ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ଲିଙ୍ଗରାଜ ପ୍ରସାଦ ଓ କୋମଣ୍ଡ ପଞ୍ଚାୟତର ପଥରା, ନୋତରପଲ୍ଲି ଏବଂ ନବରତ୍ନ ପୁର ଗାଁ କଲ୍ୟାଣ ସମିତି ତରଫରୁ ଆଜି ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ସଚେତନତା କରିବା ସହିତ ପ୍ରତ୍ୟେକଙ୍କୁ ସାବୁନ ଓ ମାକ୍ସ ବଣ୍ଟନ କରାଯାଇଛି ।ତାସହିତ କରୋନା ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମସ୍ତେ ସାମାଜିକ ଦୁରତା ରକ୍ଷା କରିବା,ନିୟମିତ ମାକ୍ସ ପିନ୍ଧିବା ସହିତ ବାରମ୍ବାର ହାତ ଧୋଇବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି ।ଏହି ସଚେତନତା କାର୍ଯ୍ୟରେ ଶରଣକୁଳ ସ୍ୱାସ୍ଥ୍ୟବିଭାଗ ସୁପରଭାଇଜର ସୁରେନ୍ଦ୍ର କୁମାର ନାୟକ,କୁରାଳ ଅଞ୍ଚଳ ପରିଦର୍ଶିକା ମଞ୍ଜୁଲତା ସାହୁ,ମହିଳା ସ୍ୱାସ୍ଥ୍ୟକର୍ମୀ କଳ୍ପନା ସ୍ୱାଇଁ,ଅଙ୍ଗନବାଡି କର୍ମୀ ମିନତୀ କୁମାରୀ ବେହେରା,ୱାର୍ଡସଭ୍ୟା ମିନି ମହାନ୍ତି,ଆଶା କର୍ମୀ ମମତା ବାଡ଼ତିଆ,ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ସ୍ୱାଇଁ(ପଥରା) ସହଯୋଗ କରିଥିବା ବେଳେ କୋମଣ୍ଡ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଓ କୁରାଳ ସରପଞ୍ଚ ଝିଲ୍ଲୀ ପ୍ରଧାନ ଉପସ୍ଥିତ ରହି ଲୋକଙ୍କୁ ସାବୁନ ଓ ମାକ୍ସ ବାଣ୍ଟିବା ସହିତ ଆୟୋଜକଙ୍କୁ କୃତଜ୍ଞତା ଜଣାଇଥିଲେ ।
ରିପୋର୍ଟ–ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ ।