ଜିଲ୍ଲା ବିଜେଡି ମହିଳା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଓଡ଼ଗାଁ, କୁରାଳ-୨୫-୭-୨୦୨୧/ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତାଦଳକୁ ମଜଭୁତ କରିବା ସହିତ ମହିଳା ମାନଙ୍କୁ ଏକତ୍ରିତ କରିବା ପାଇଁ ଜିଲ୍ଲା ମହିଳା ଜନତାଦଳ ସଭାପତି ବିରଜାଲକ୍ଷ୍ମୀ ସାହୁ ପ୍ରୟାସ ଆରମ୍ଭ କରିଛନ୍ତି।ଦିନରାତି ଏକକରି ବିଭିନ୍ନ ପଞ୍ଚାୟତ ଗସ୍ତକରି ଲୋକଙ୍କ ସମସ୍ୟା ବୁଝୁଥିବା ବେଳେ ଆଜି ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ଗସ୍ତକରି ଦଳୀୟ କର୍ମୀ ଓ ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି।ମହିଳା ମାନଙ୍କ ଆର୍ଥିକ ବିକାଶ ଓ ସଶକ୍ତିକରଣ କରାଇବା ଦିଗରେ ରାଜ୍ୟ ସରକାରଙ୍କ ‘ମିଶନଶକ୍ତି’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ପ୍ରତିକ୍ଷତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦେବାସହ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ନବନିଯୁକ୍ତ ମହିଳା ସଭାପତି ନିବେଦିତା ଦାସ,ବ୍ଲକ ଅଧ୍ୟକ୍ଷା ମମତା ବେହେରା,ସରପଞ୍ଚ ଝିଲ୍ଲୀ ପ୍ରଧାନଙ୍କ ସମେତ ମହିଳା ମହାସଂଘର ମହିଳା ମାନେ ଯୋଗଦେଇଥିଲେ ।ମହିଳା ମହାସଂଘ ତରଫରୁ ନବନିଯୁକ୍ତ ଜିଲ୍ଲା ସଭାପତି ଓ ବ୍ଲକ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।
ରିପୋର୍ଟ-ଓଡ଼ଗାଁ କୁରାଳରୁ-ଲକ୍ଷ୍ମୀପ୍ରିୟା ସାହୁ