ସର୍ବ ଭାରତୀୟ କୁଇଜ ଯୋଗ ପ୍ରତିଯୋଗିତାରେ ବାଲାଜୀଙ୍କ ସଫଳତା
ଓଡ଼ଗାଁ, କୁରାଳ,୨୬-୭-୨୧:ଶ୍ରୀ ଜଗନ୍ନାଥ ଏଜୁକେସନ ଟ୍ରଷ୍ଟ ପୁରୀ ଆନୁକୂଲ୍ୟରେ ଗତ ୨୧-୬-୨୦୨୧ ବିଶ୍ୱ ଯୋଗଦିବସରେ ଗୁଜୁରାଟ ଠାରେ ସର୍ବଭାରତୀୟ ଯୋଗ କୁଇଜ ପ୍ରତିଯୋଗିତା ଭର୍ଚ୍ଚଉଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା।ଏଥିରେ ୨୧୭୧୬ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ତଥା କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ପୁରାତନ ଛାତ୍ର ବାଲାଜୀ ରଣା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟସ୍ଥାନ ଅଧିକାର କରି ରୌପ୍ୟପଦକ ପାଇଁ ମନୋନୀତ ହୋଇଛନ୍ତି।ଏହା ପୂର୍ବରୁ ମଧ୍ୟ ବାଲାଜୀ ଗୀତା କଣ୍ଠସ୍ପର୍ଦ୍ଧା ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ରୌପ୍ୟ ପଦକ ଜିତିଥିଲେ।ଓଡ଼ଗାଁ ଅଞ୍ଚଳ ପାଇଁ ସୁନାମ ଆଣିଥିବା ବାଲାଜୀଙ୍କୁ କଲେଜ ଅଧ୍ୟକ୍ଷ ଭାବଗ୍ରାହୀ କର,ସଭାପତି ଡ଼ଃ ଗୋପୀନାଥ ସାହୁ,ସୁନାମୁହିଁ ସରପଞ୍ଚ ମାନସ ରଞ୍ଜନ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।ଭାରତୀୟ ସଶସ୍ତ୍ର ସୀମାବଳ ବିହାର ପ୍ରଶିକ୍ଷଣ ଶିବିରରେ ବାଲାଜୀ ଏବେ ପ୍ରଶିକ୍ଷଣ ନେଉଥିବା ଜଣାପଡ଼ିଛି।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ