ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା ୧ ମୃତ୍ୟୁ
ଓଡ଼ଗାଁ, କୁରାଳ-୨୭-୭-୨୦୨୧ -ଆଜି ଅପରାହ୍ନ ୩ ଟାରେ ଭୁବନେଶ୍ୱର ଭଞ୍ଜନଗର ରାସ୍ତାର କରିସିଙ୍ଗି ଛକ ନିକଟରେ ଏକ ସ୍କୁଟି ନଂ ଓଡି ୨୫-ଜି ୩୭୮୧ ସହିତ ବାଜାଜ ପ୍ଲାଟିନା ନଂ ଓ ଆର ୨୫-୭୦୬୬ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକ ଗୁରୁତର ହୋଇଥିବା ଖବର ପାଇ ଓଡ଼ଗାଁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିବା ବେଳେ ସ୍କୁଟି ଚାଳକ କୋମଣ୍ଡ ସତ୍ୟବାନ ସାହୁ (୨୫)ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଅନ୍ୟ ବାଇକ ଚାଳକ ଗଞ୍ଜାମ ବଡ଼ପଡାର ଖଦାଳ ଗୌଡ଼ ଆହତ ଥିବାରୁ ଓଡ଼ଗାଁ ରେ ଚିକିତ୍ସିତ ହେଉଥିବା ଖବର ମିଳିଛି।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ