ମିଶନଶକ୍ତି ଗୃହପାଇଁ ଭୁମିପୂଜନ

0


ଓଡ଼ଗାଁ, କୁରାଳ-୨୭-୭-୨୧-ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ମେଡିକାଲ ଛକ କଲ୍ୟାଣିମଣ୍ଡପ ପରିସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅନୁଦାନରୁ ମିଶନଶକ୍ତି ଗୃହପାଇଁ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଅଞ୍ଚଳର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ନିଜସ୍ୱ ଗୃହ ନଥିବାରୁ ସେମାନେ କଲ୍ୟାଣି ମଣ୍ଡପ ଠାରେ ଅସ୍ଥାୟୀ ଭାବେ ଅଫିସ କାର୍ଯ୍ୟ କରି ଆସୁଥିଲେ ।ଆଜି ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜନ ହେବାପରେ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି।ଆଜିର ଭୂମିପୂଜନ କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ମହିଳା ଜନତାଦଳ ସଭାନେତ୍ରୀ ବିରାଜାଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥିବାବେ ଯୋଗଦେଇଥିବା ବେଳେ ବ୍ଲକ ସଭାନେତ୍ରୀ ନିବେଦିତା ଦାସ,ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ବେହେରା ସମ୍ମାନୀତ ଅତିଥିବାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ କୁରାଳ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ପରିଚାଳନା କରିବା ସହିତ ଉପସ୍ଥିତ ଅତିଥି ଓ ମହିଳା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ ।

Leave A Reply

Your email address will not be published.

9 − two =