ସମ୍ବାଦ ସାହିତ୍ୟ ଘର ଓଡଗାଁ ଶାଖା ତରଫରୁ ବୃକ୍ଷରୋପଣ
ଓଡ଼ଗାଁ, କରାଳ–୨୮-୭-୨୦୨୧
ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ସକାଳ ୮ ଘଟିକା ସମୟରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଦଣ୍ଡୋର ଗ୍ରାମସ୍ଥିତ ମାଆ ପାଣିଷଣ୍ଢ ମନ୍ଦିର ପରିସର,ପୋଖରୀ ହୁଡା ଏବଂ ରାସ୍ତା ପାର୍ଶ୍ଵରେ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ଶାଖା ତରଫରୁ ବୄକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଂଯୋଜକ ସୁନିଲ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟଘର ସଭାପତି ଦିବାକର ନାୟକ,ସମ୍ପାଦକ ରଞ୍ଜନ କୁମାର ଦାଶ,କୋଷାଧ୍ୟକ୍ଷ ପଞ୍ଚାନନ ପଣ୍ଡାଙ୍କ ସମେତ ଯଶୋବନ୍ତ ପଟ୍ଟନାୟକ, ରବୀନ୍ଦ୍ର କୁମାର ଘଡେଇ,ଶରତଚନ୍ଦ୍ର ଷଡ଼ଙ୍ଗୀ,ପରମାନନ୍ଦ ସ୍ୱାଇଁ,ଶାନ୍ତନୁ ବିଶୋୟୀ,ପ୍ରଦୋଷ କୁମାର ରାଉତ, ଦେବୀପ୍ରସାଦ ସାହାଣି,ନାରାୟଣ ରାଉତ,ଆଶିଷ କୁମାର ପରିଡ଼ା ଆଦି ସଭ୍ୟଗଣ ଯୋଗଦେଇ ପଣସ,ଓଉ,ଅଶୋକ,ଜାମୁ,ନାଗଚମ୍ପା,ବଉଳ,ଗଙ୍ଗଶିଉଳି ଆଦି ପ୍ରାୟ ୧୩୫ ରୁ ଉର୍ଦ୍ଧ୍ବ ବୄକ୍ଷରୋପଣ କରିଥିଲେ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ