ଅନନ୍ୟ ପ୍ରତିଭା ସୁନାଝିଅ ‘ଶିବାନୀ

0


ଓଡ଼ଗାଁ, କୁରାଳ–୨୯-୭-୨୦୨୧:ନିଜର ଦୃଢ଼ ଇଛାଶକ୍ତି,ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ଥିଲେ ଜଣେ ଶିକ୍ଷାର୍ଥୀ ସଫଳତା ପାଇପାରିବ ।ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି କୁରାଳଗାଁର ସୁନାଝିଅ ଶିବାନୀ ମାଝୀ। କୁରାଳ ଦୋଳମଣ୍ଡପ ଛକରେ ଛୋଟିଆ ଜଳଖିଆ ଦୋକାନକରି ଗୁଜୁରାଣ ମେଣ୍ଟଉ ଥିବା ପାଣୁ ଚରଣ ମାଝୀ(ରଙ୍ଗ) ଓ ରୀନା ମାଝୀଙ୍କ ଏକମାତ୍ର କନ୍ୟା ‘ଶିବାନୀ’ ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଓଡ଼ଗାଁ ସ୍ଥିତ ପଲିଟେକନିକ୍ ସିଭିଲ ଡିପ୍ଲୋମାରେ ନାମ ଲେଖାଇ ଅନଲାଇନ ଦ୍ୱାରା ସଠିକ ଭାବେ ପାଠପଢିବା ସହିତ “ପ୍ରଗତୀ” ସ୍କଲାରସିପ ପାଇଁ ଆବେଦନ କରି ସେଥିରେ ମଧ୍ୟ ସଫଳତା ପାଇଥିଲେ ।ପ୍ରଥମ ବର୍ଷପାଇଁ ପ୍ରଗତୀ ତରଫରୁ ଶିବାନୀ ଙ୍କୁ ମିଳିଛି ୫୦ହଜାର ଟଙ୍କା।ଆଗକୁ ଆହୁରି ମଧ୍ୟ ଏମିତି ସହାୟତା ପୁରସ୍କାର ରାଶି ପ୍ରଦାନ ପାଇଁ ପ୍ରଗତୀ ତରଫରୁ ସୂଚନା ମିଳିଛି।ଏହି ପୁରସ୍କାର ପାଇବାରେ ସେ ଖୁସିହେବା ସହିତ ଏହାର ଶ୍ରେୟ ପିତାମାତା ଓ ପାଠପଢାର ପ୍ରେରଣା ସାଜିଥିବା ଶିକ୍ଷକ ପ୍ରସନ୍ନ ପ୍ରଧାନଙ୍କୁ ଦେଇଛନ୍ତି।ତାସହିତ ‘ପ୍ରଧାନ’କୋଚିଂ ସେଣ୍ଟରର ସମୀର ସାର,କବିସାର ଏବଂ ଶାନ୍ତିଦିଦିଙ୍କ ଆଶୀର୍ବାଦରୁ ଏହି ସଫଳତା ପାଇଥିବା ଶିବାନୀ ଗଣ ମାଧ୍ୟମକୁ କହିଛନ୍ତି।ଶିବାନୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

sixteen + 11 =