ଜମି ଭିତରେ ଥିବା ପାଣି ଟାପରେ ବୁଡି କୃଷକ ମୃତ୍ୟୁ

0


ଓଡ଼ଗାଁ,କୁରାଳ :ଜମିରେ ହଳ କରିବା ବେଳେ ଅସାବଧାନତା ବଶତଃ ଜମି ଭିତରେ ଥିବା ଏକ ପାଣିଟାପରେ ବୁଡି ଯାଇ ଜଣେ କୃଷକ ମୃତ୍ୟୁ ବରଣ କରିଥିବା ଖବର ମିଳିଛି।ଆଜି ସକାଳ ୯ଟାରେ ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଗୁଆନ୍ଦ ହରିଜନ ସାହିର ଦେବରାଜ ନାୟକଙ୍କ ପୁଅ ପ୍ରମୋଦ ନାୟକ (୪୫)ବାଣୁଆସାହି କୃଷି କ୍ଷେତ୍ରରେ ହଳ କରୁଥିବା ବେଳେ ବଳଦମାନେ ପ୍ରମୋଦଙ୍କୁ ଭିଡ଼ିନେଇଥିଲେ।ଫଳରେ ବିଲ ମଝିରେ ଥିବା ଏକ ପାଣି ଟାପରେ ବୁଡିଯାଇ ତାଙ୍କର ମୃତ୍ୟୁ ହେଇଥିବା ସୂଚନା ମିଳିଛି।ଓଡ଼ଗାଁ ମେଡିକାଲରେ ଶବ ବ୍ୟବଛେଦପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଓଡ଼ଗାଁ ପୋଲିସ ୧୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଥିବା ଜଣାପଡ଼ିଛି।ତେବେ ମୃତ ପ୍ରମୋଦକୁ ହରାଇ ସ୍ତ୍ରୀ ଲକ୍ଷ୍ମୀ,୮ବର୍ଷ ଓ ୬ବର୍ଷର ଦୁଇଟି ପୁଅ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

1 × three =